୦୨୬ ଓସ୍କାର ଦୌଡ଼ରେ ଏହି ଭାରତୀୟ ଫିଲ୍ମ, ଆସନ୍ତା ୨୬ରେ ପରଦାକୁ ଆସିବ

ନୂଆଦିଲ୍ଲୀ: ହିନ୍ଦୀ ଚଳଚ୍ଚିତ୍ର “ହୋମବାଉଣ୍ଡ-Homebound “କୁ ୨୦୨୬ ଓସ୍କାର ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏହି ଚଳଚ୍ଚିତ୍ରଟି ବେଷ୍ଟ ଆନ୍ତର୍ଜାତୀୟ ଫିଚର ବର୍ଗରେ ମନୋନୀତ ହୋଇଛି । (ଶୁକ୍ରବାର) ସେପ୍ଟେମ୍ବର ୧୯ ରେ କୋଲକାତାରେ ଏନ. ଚନ୍ଦ୍ରା ଏହା ଘୋଷଣା କରିଥିଲେ।

କରଣ ଜୋହରଙ୍କ ପ୍ରଡକ୍ସନ ହାଉସ ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ । ଇଶାନ ଖଟ୍ଟର, ବିଶାଲ ଜେଠୱା, ଜାନଭୀ କପୁର ପ୍ରମୁଖ ଅଭିନୟ କରିଛନ୍ତି । ଏହା ଆସନ୍ତା ସେପ୍ଟେମ୍ବର ୨୬ରେ ପରଦାରେ ରିଲିଜ ହେବ ।

ଏହା ୨୦୨୫ ଟୋରଣ୍ଟୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (TIFF )ରେ ଅନ୍ତର୍ଜାତୀୟ ପିପୁଲ୍ସ ଚଏସ୍ ପୁରସ୍କାର ପାଇଁ ଦ୍ୱିତୀୟ ରନର୍ସ-ଅପ୍ ହାସଲ କରିଥିଲା ।

ସୂଚନାଥାଉକି, ଓସ୍କାର ୯୮ତମ ସମାରୋହ ମାର୍ଚ୍ଚ ୧୫, ୨୦୨୬ ଲସ ଆଞ୍ଜେଲସ ୱାର୍ଲଡ ଥିଏଟରରେ ଆୟୋଜିତ ହେବାକୁ ଯାଉଛି ।

ଏହି ଫିଲ୍ମଟି ଉତ୍ତର ଭାରତର ଏକ ଛୋଟ ଗାଁର ଦୁଇଜଣ ପିଲାଦିନର ବନ୍ଧୁଙ୍କ କାହାଣୀ ବର୍ଣ୍ଣନା କରେ । ଯେଉଁମାନେ ପୋଲିସ ଅଧିକାରୀ ହେବାର ସ୍ୱପ୍ନ ଦେଖନ୍ତି । କାରଣ ସେମାନେ ବିଶ୍ୱାସ କରନ୍ତି ଯେ ଏହି ଚାକିରି କଲେ ସେମାନଙ୍କୁ ପୂର୍ବରୁ କେବେ ପାଇନଥିବା ସମ୍ମାନ ମିଳିବ। କିନ୍ତୁ ଯେତେବେଳେ ସେମାନେ ସେମାନଙ୍କ ଲକ୍ଷ୍ୟର ନିକଟତର ହୁଅନ୍ତି, ସେମାନେ ସମ୍ମୁଖୀନ କରୁଥିବା ଚାପ ଏବଂ କଷ୍ଟ ସେମାନଙ୍କ ବନ୍ଧୁତାକୁ ଖରାପ କରିବାକୁ ଆରମ୍ଭ କରେ। ଏହି ଚଳଚ୍ଚିତ୍ରଟି ବନ୍ଧୁତା ଉପରେ ଆଧାରିତ।

Leave A Reply

Your email address will not be published.