ଅକ୍ଟୋବର ଶେଷ ସୁଦ୍ଧା ଭାରତ-ଚୀନକୁ ପୁନଃ ଆରମ୍ଭ ହେବ ସିଧାସଳଖ ବିମାନ ସେବା!

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ପରେ ଭାରତ ଏବଂ ଚୀନ୍ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ସିଧାସଳଖ ବିମାନ ସେବା । ଚଳିତ ମାସ ଶେଷ ସୁଦ୍ଧା ଉଭୟ ଦେଶ ମଧ୍ୟରେ ପୁନଃ ଆରମ୍ଭ ଏହେ ଏହି ସେବା । ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଧୀରେ ଧୀରେ ସ୍ବାଭାବିକ କରିବା ପାଇଁ ଭାରତ ସରକାରଙ୍କ ନୀତିର ଏକ ଅଂଶ ।

 

ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏହି ଚୁକ୍ତିନାମା ଭାରତ ଏବଂ ଚୀନ୍ ମଧ୍ୟରେ ଲୋକ-ଲୋକଙ୍କ ସମ୍ପର୍କକୁ ଆହୁରି ପ୍ରୋତ୍ସାହିତ କରିବ, ଏହାଦ୍ୱାରା ଦ୍ୱିପାକ୍ଷିକ ଆଦାନପ୍ରଦାନକୁ ଧୀରେ ଧୀରେ ସ୍ବାଭାବିକ କରିବାରେ ସହାୟକ ହେବ ।

ଭାରତ ଏବଂ ଚୀନର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଏହି ବର୍ଷ ଆରମ୍ଭରୁ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ପୁନଃ ଆରମ୍ଭ କରିବାନେଇ ଦୀର୍ଘ ଦିନ ହେବ ଆଲୋଚନା କରିଆସୁଛନ୍ତି । ଏହି ଆଲୋଚନା ପରେ, ବର୍ତ୍ତମାନ ଏହା ସହମତ ହୋଇଛି ଯେ ଭାରତ ଏବଂ ଚୀନ୍ ମଧ୍ୟରେ ନିର୍ଦ୍ଦିଷ୍ଟ ସ୍ଥାନଗୁଡ଼ିକୁ ସଂଯୋଗ କରୁଥିବା ସିଧାସଳଖ ବିମାନ ସେବା ଅକ୍ଟୋବର ମାସ ଶେଷ ସୁଦ୍ଧା ଆରମ୍ଭ ହେବାର ଅଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ।

Leave A Reply

Your email address will not be published.