ସର୍ବକାଳୀନ ରେକର୍ଡ଼ ଛୁଇଁଲା ସୁନା ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: କିଛି ଦିନ ହେବ ସୁନା ଦରରେ ତୀବ୍ର ବୃଦ୍ଧି ହେବାରେ ଲାଗିଛି। ବର୍ତ୍ତମାନ ଦିଲ୍ଲୀର ସୁନା ବଜାରରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୯,୭୦୦ ଟଙ୍କା ବୃଦ୍ଧି ପାଇ ଏହା  ୧୩୦,୩୦୦ ଟଙ୍କାରେ ପହଞ୍ଚିଛି।

ତେବେ ପ୍ରବଳ ସ୍ପଟ୍ ଚାହିଦା ମଧ୍ୟରେ, ସୋମବାର ଦିନ ନୂତନ କାରବାର ଫ୍ୟୁଚର୍ସ ଟ୍ରେଡିଂରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୧୨୦,୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ଆମେରିକା ପ୍ରଶାସନ ମଧ୍ୟରେ ଅଚଳାବସ୍ଥା ଫେଡେରାଲ୍ ରିଜର୍ଭ ଦ୍ୱାରା ସୁଧ ହାର ହ୍ରାସର ଆଶଙ୍କା, ବାଣିଜ୍ୟ ଏବଂ ଭୂରାଜନୈତିକ ଉତ୍ତେଜନା ବୃଦ୍ଧି ପାଇବା ଦ୍ୱାରା ସୁନା ଦର ବୃଦ୍ଧି ପାଇଥିବା ନେଇ କୁହାଯାଉଛି।

ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ଡିସେମ୍ବରରେ  ସୁନା ମୂଲ୍ୟ ୧୯୬୨ ଟଙ୍କା ଅର୍ଥାତ୍ ୧.୬୬ ପ୍ରତିଶତ ବୃଦ୍ଧି ପାଇ ୧୦ ଗ୍ରାମ ପିଛା ସର୍ବାଧିକ ୧୨୦୦୭୫ ଟଙ୍କାରେ  ପହଞ୍ଚିଥିଲା। ତେବେ ପୂର୍ବରୁ ଗତ ସପ୍ତାହରେ ସୁନା ମୂଲ୍ୟ ୩୨୨୨ ଟଙ୍କା ଅର୍ଥାତ୍ ୨.୮ ପ୍ରତିଶତ ବୃଦ୍ଧି ପାଇଥିଲା।

କେବଳ ସୁନା ନୁହେଁ ରୂପା ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି।ଡିସେମ୍ବର ଡେଲିଭରି ପାଇଁ ରୂପା ଫ୍ୟୁଚର୍ସ ଚୁକ୍ତି ୨୨୩୩ ଟଙ୍କା ଅର୍ଥାତ୍ ୧.୫୩ ପ୍ରତିଶତ ବୃଦ୍ଧି ପାଇ ପ୍ରତି କିଲୋଗ୍ରାମରେ ଏହା ୧୪୭୯୭୭ଟଙ୍କାରେ ପହଞ୍ଚିଛି। ସେହିପରି ଆସନ୍ତା ମାର୍ଚ୍ଚ ୨୦୨୬ରେ ଡେଲିଭରି ପାଇଁ ରୂପା ଫ୍ୟୁଚର୍ସ ଚୁକ୍ତି ୨୩୩୭ ଟଙ୍କା ଅର୍ଥାତ୍ ୧.୫୯ ପ୍ରତିଶତ ବୃଦ୍ଧି ପାଇ ସର୍ବକାଳୀନ ସର୍ବାଧିକ ୧୪୯୬୦୫ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିବ ବୋଲି କୁହାଯାଉଛି।

ତେବେ ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ କଂଗ୍ରେସ ସରକାରୀ କାର୍ଯ୍ୟକ୍ରମର ସେବା ଜାରି ରଖିବା ଉପରେ ଏକ ଚୁକ୍ତି ବିଫଳ ହେବା ପରେ ସରକାରୀ ପାଣ୍ଠି ବନ୍ଦ ହେବା ଆରମ୍ଭ ହୋଇଥିଲା। ଯାହାକୁ ନେଇ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ରିପୋର୍ଟରୁ ଜଣାପଡ଼ିଛି।

 

Leave A Reply

Your email address will not be published.