ଭିଜିଲାନ୍ସ ଜାଲରେ ଓଏଏସ ଅଧିକାରୀ, ଆୟ ଠାରୁ ୧୯୦% ଅଧିକ ସମ୍ପତ୍ତି ରଖିଥିଲେ

ଭୁବନେଶ୍ୱର: ୨୦,୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିବା ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ଶିବ ମଲ୍ଲିକଙ୍କୁ ତାଙ୍କ ଆୟ ଠାରୁ ୧୯୦% ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଗିରଫ କରାଯାଇଛି।

ମହାକାଳପଡ଼ା ତହସିଲଦାର ଭାବରେ କାର୍ଯ୍ୟରତ ଏହି ଅଧିକାରୀଙ୍କ ଉପରେ ଚଢାଉ ସମୟରେ ୪ଟି କୋଠା, ୭ଟି ମୂଲ୍ୟବାନ ପ୍ଲଟ୍, ୧୮ ଲକ୍ଷ ଟଙ୍କା ଜମା ଏବଂ ୧.୫୫ ଲକ୍ଷ ଟଙ୍କା ନଗଦ ମିଳିଥିବା ନେଇ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ତାଙ୍କୁ ଆୟ ବହିର୍ଭୁତ ସମ୍ପତି ରଖିବା ନେଇ ଗିରଫ କରାଯାଇଥିଲା। ଆଜି ତାଙ୍କୁ କୋର୍ଟକୁ ପଠାଯାଉଛି।

Leave A Reply

Your email address will not be published.