ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ। ପଦ୍ମ ଧରିଲେ ଜୟ ଢୋଲକିଆ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶାତାଧିକ ସମର୍ଥକଙ୍କ ସହ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଢୋଲକିଆ। ବିଜେପିର ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ଜୟ ଢୋଲକିଆ। ଏକ ମିଶ୍ରଣ ପର୍ବ ମାଧ୍ୟମରେ ଢୋଲକିଆ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ପାର୍ଟି ଅଫିସ୍ରେ ତମାମ ବରିଷ୍ଠ ନେତାଙ୍କ ଭିଡ଼।
ଗୋଟିଏ ପଟେ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ବିଜେପି କି ବିଜେଡି ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହାଁନ୍ତି । ବିଳମ୍ବ ହେଉଥିବାରୁ ବିଜେପି ଓ ବିଜେଡି ପ୍ରାର୍ଥୀ କିଏ ହେବ, ସେନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି। ସେଥିପାଇଁ ଜୟ ଢୋଲକିଆ ଏବେ ଫୋକସ୍ରେ ରହିଛନ୍ତି । ବିଜେପିରେ ମିଶି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି ଜୟ ଢୋଲକିଆ ।