୨୫୮ଟି ଗାଡ଼ି ବ୍ଲାକ ଲିଷ୍ଟ, ରେଜିଷ୍ଟ୍ରେସନ୍ ରଦ୍ଦ ପାଇଁ ଚିଠି

ଭୁବନେଶ୍ୱର: ଅଭ୍ୟାସଗତ ଟ୍ରାଫିକ୍ ଉଲ୍ଲଂଘନରେ ଜଡିତ ଥିବା ୨୫୮ଟି ଯାନର ପଞ୍ଜିକରଣ ପ୍ରମାଣପତ୍ର (ଆରସି) ଏବଂ ଫିଟନେସ୍ ପ୍ରମାଣପତ୍ର ବାତିଲ କରିବାକୁ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ)କୁ ସୁପାରିଶ କରିଛି।

ଅନେକ ଯାନର ମାଲିକ ମାନେ ବାରମ୍ବାର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବା ସହ ଉଲ୍ଲଂଘନ ପାଇଁ ଆଦାୟ କରାଯାଉଥିବା ଜୋରିମାନା ନ ଦେବାପରେ ଏପରି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।

ତେବେ ବର୍ତ୍ତମାନ ଏସଟିଏ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କୁ ଏପରି ନିୟମ ଉଲ୍ଲଂଘନକାରୀଙ୍କ ଗାଡିଗୁଡ଼ିକୁ ବ୍ଲାକଲିଷ୍ଟ କରିବା ସହ ସେମାନଙ୍କର ପଞ୍ଜିକରଣ ଏବଂ ଫିଟନେସ୍ ପ୍ରମାଣପତ୍ର ବାତିଲ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.