କଟକ: ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ପରାଜୟରୁ ତାର ଅଭିଯାନ ଆରମ୍ଭ କରିଛି । ଘରୋଇ ପରିବେଶରେ ବରୋଦା ବିପକ୍ଷ ମ୍ୟାଚରେ ଓଡିଶା ୭ୱିକେଟରେ ପରାଜିତ ହେବା ପ୍ରଶଂସକଙ୍କୁ ନିରାଶ କରିଛି । ମହେଶ ପିଠିୟା ୬୩ ରନରେ ୬ଟି ଓ ଭାର୍ଗବ ଭଟ୍ଟ ୩ଟି ୱିକେଟ ଅକ୍ତିଆର କରି ଓଡିଶା ପରାଜୟର ମୂଖ୍ୟ କାରଣ ସାଜିଥିଲେ । ଓଡିଶା ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୨୭୧ ରନ କରିଥିଲା । ଜବାବରେ ବରୋଦା ୭ ୱିକେଟ ବିନିମୟରେ ୪୧୩ ରନ ସଂଗ୍ରହ କରି ଇନିଂସ ଘୋଷଣା କରିଥିଲା । ୧୪୨ ରନ ପଛୁଆ ରହିବା ପରେ ଓଡିଶା ଦ୍ୱିତୀୟ ଇନିଂସରେ ଭଲ ବ୍ୟାଟିଂ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲା । ମାତ୍ର ଘରୋଇ ଦଳ ୫୯.୩ ଓଭରରେ ୧୭୪ ରନ କରି ଅଲଆଉଟ ହୋଇ ଯାଇଥିଲେ ।