ମଦ୍ୟପ ଡ୍ରାଇଭର ଆତଙ୍କବାଦୀ ସହ ସମାନ: କୁର୍ଣ୍ଣୁଲ ବସ୍ ଦୁର୍ଘଟଣାରେ ପୋଲିସ କମିଶନର…

କୁର୍ଣ୍ଣୁଲ: ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିମାନେ ଆତଙ୍କବାଦୀଙ୍କ ସହ ସମାନ ଅଟନ୍ତି। କୁର୍ଣ୍ଣୁଲ ବସ୍ ଦୁର୍ଘଟଣାକୁ ନେଇ ହାଇଦ୍ରାବାଦ ପୋଲିସ କମିଶନର ଭି.ସି. ସଜ୍ଜନାର ଏ ଲଭଳି ବୟାନ ଦେଇଛନ୍ତି।

ତେବେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ରେ ୨୦ ଜଣ ନିରୀହ ଲୋକ ନିଜ ଜୀବନ ହରାଇଥିଲେ। ଏହା କୌଣସି ସାଧାରଣ ସଡ଼କ ଦୁର୍ଘଟଣା ନୁହେଁ ବରଂ ମଦ୍ୟପାନ କରି ବାଇକ୍ ଚଳାଉଥିବା ଜଣେ ବ୍ୟକ୍ତିଙ୍କ ଅବହେଳା ଯୋଗୁଁ ଏପରି ଘଟିଥିବା ସେ କହିଛନ୍ତି। ତେବେ ଦୁର୍ଘଟଣା ସମୟରେ ଆରୋହୀ ବି. ଶିବ ଶଙ୍କର ମଦ୍ୟପାନ କରିଥିଲେ।ତେବେ ସିସି ଟିଭି ଫୁଟେଜରେ ସେ ରାତି ୨.୨୪ ରେ ତାଙ୍କ ବାଇକ୍‌ରେ ପେଟ୍ରୋଲ ଭର୍ତ୍ତି କରିଥିବା ଦେଖାଯାଇଥିଲା।ଏହାର କିଛି ମିନିଟ୍ ପରେ, ରାତି ୨.୩୯ ରେ ନିୟନ୍ତ୍ରଣ ହରାଇବା ଫଳରେ ଏହି ମାରାତ୍ମକ ଦୁର୍ଘଟଣା ଘଟିଥିଲା।

ଏହିପରି ଲୋକମାନେ ଜୀବନ, ପରିବାର ଏବଂ ଭବିଷ୍ୟତକୁ ନଷ୍ଟ କରୁଛନ୍ତି। ଏହାକୁ କେବେବି ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି। ତେବେ ହାଇଦ୍ରାବାଦରେ ମଦ୍ୟପ ଗାଡ଼ି ଚାଳନା ବିରୁଦ୍ଧରେ ଏକ ଶୂନ୍ୟ-ସହିଷ୍ଣୁତା ନୀତି କାର୍ଯ୍ୟକାରୀ କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି। ଯେଉଁମାନେ ମଦ୍ୟପାନ କରି ଗାଡ଼ି ଚଲାଉଥିବେ ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ଓ କୌଣସି ପ୍ରକାରର ଅନୁକମ୍ପା, ଛାଡ଼ କିମ୍ବା ଦୟା ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.