ଭୟଙ୍କର ହେଉଛି ବାତ୍ୟା ‘ମୋନ୍ଥା’: ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ବେଳାଭୂମିକୁ ଯିବା ନେଇ ଲାଗିଲା କଟକଣା

ପୁରୀ: ବାତ୍ୟା ମୋନ୍ଥାକୁ ନେଇ ହାଇ ଆଲର୍ଟରେ ପୁରୀ ଜିଲ୍ଲା ପ୍ରଶାସନ । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ବେଳାଭୂମିକୁ ଯିବା ନେଇ ଲାଗିଲା କଟକଣା । ବାତ୍ୟା ପ୍ରଭାବ ରେ ଅଶାନ୍ତ ରହିଛି ସମୁଦ୍ର । ଉଚ୍ଚ ଜୁଆର ଯୋଗୁଁ ସମୁଦ୍ର ସ୍ନାନ ନେଇ ରହିଛି ବିପଦ । ବେଳାଭୂମିରେ ଥିବା ପର୍ଯ୍ୟଟକଙ୍କୁ ସଚେତନ କରୁଛି ପୁରୀ ପୋଲିସ୍ । ବେଳାଭୂମିକୁ ନ ଯିବାକୁ ପର୍ଯ୍ୟଟକଙ୍କୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି ।

ବାତ୍ୟା ମୋନ୍ଥା ପ୍ରଭାବରେ ପୁରୀରେ ପ୍ରବଳ ବର୍ଷା ଆଶଙ୍କା । ତଳିଆ ଅଞ୍ଚଳରୁ ଲୋକ ଙ୍କୁ ଆବଶ୍ୟକତା ଅନୁଯାୟୀ ଉଦ୍ଧାର କରିବାକୁ ସବୁ ତହସିଲଦାର ଓ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ । ପୁରୀ ସହର ରେ ଜଳବନ୍ଦୀ ସମସ୍ୟା ହେଲେ ଜଳ ନିଷ୍କାସନ ପାଇଁ ମୋଟର ପମ୍ପ ବ୍ୟବସ୍ଥା ହୋଇଛି । ଉଦ୍ଧାର କାର୍ଯ୍ୟ ପାଇଁ ସବୁ ବ୍ଲକ୍ ରେ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଛନ୍ତି ।

ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ଭୀଷଣ ବାତ୍ୟା ‘ମୋନ୍ଥା’। ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରି ନିକଟତର ହେଉଛି। ମଛଲିପଟନମ ଠାରୁ ୧୪୦, କାକିନାଡ଼ା ଠାରୁ ୨୪୦ କିମି ଏବଂ ଗୋପାଳପୁର ଠାରୁ ୫୩୦ କିମି ଦୂରରେ ଅଛି। ଆଜି ସନ୍ଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବ। ଆନ୍ଧ୍ର ଉପକୂଳ କାକିନାଡ଼ା ଦେଇ ଅତିକ୍ରମ କରିବ ‘ମୋନ୍ଥା’। ଲ୍ୟାଣ୍ଡଫଲ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ ।

Leave A Reply

Your email address will not be published.