ନଭେମ୍ବର ପହିଲାରୁ ତହସିଲ ଅଫିସରେ ହେବ ଜମି କିଣାବିକା

ଭୁବନେଶ୍ବର: ଏଣିକି ଜମି କିଣାବିକା ନେଇ ସୃଷ୍ଟି ହେଉଥିବା ସମସ୍ୟା ଦୂର ହେବ। ନଭେମ୍ବର ୧ ରୁ ତହସିଲ ଅଫିସରେ ଜମି କିଣାବିକା ହୋଇ ପାରିବ ହୋଇପାରିବ। ପ୍ରଥମେ ୪୪ଟି ତହସିଲ ଅଫିସରେ ଜମି କିଣାବିକା ଆରମ୍ଭ ହେବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ଏହାପରେ ଡିସେମ୍ବରରେ ରାଜ୍ୟର ବାକି ୨୭୩ ତହସିଲରେ ଏହି ସେବା ଆରମ୍ଭ ହେବ। ଅନଲାଇନରେ ସ୍ଲଟ୍ ବୁକ୍ କରି ତହସିଲ ଅଫିସରେ ଜମି ପଞ୍ଜିକରଣ ହେବ। ନଭେମ୍ବର ୧ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭରମ୍ଭ କରିବେ। ଏଣିକି ଅନଲାଇନରେ ସ୍ଲଟ୍ ବୁକ୍ କରି ତହସିଲ ଅଫିସରେ ଲୋକେ ଜମି ପଞ୍ଜିକରଣ କରିପାରିବେ ବୋଲି ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.