ନୂଆଦିଲ୍ଲୀ: ଭାରତର ସିନିୟର ଖେଳାଳି ରୋହନ ବୋପାନ୍ନା ପ୍ରଫେଶନାଲ ଟେନିସରୁ ଅବସର ଘୋଷଣା କରିଛନ୍ତି । ଏଥିସହ ୨୨ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟରର ଅନ୍ତ ଘଟିଛି । ପ୍ୟାରିସ ମାଷ୍ଟର୍ସ ୧୦୦୦ରେ ସେ ଶେଷ ଥର ପାଇଁ ଆଲେକଜାଣ୍ଡର ବୁବଲିକଙ୍କ ସହ ଖେଳିଥିଲେ । ଚଳିତ ବର୍ଷ ବୋପାନ୍ନା ସବୁଠାରୁ ବୟସ୍କ ଖେଳାଳି ଭାବେ ଗ୍ରାଣ୍ଡସ୍ଲାମ ଜିତିଥିଲେ । ସେ ବୟୋଜ୍ୟେଷ୍ଠ ଖେଳାଳି ଭାବେ ଶୀର୍ଷ ସ୍ଥାନରେ ରହି ଇତିହାସ ରଚିଥିଲେ । ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ଲେଖି ଅବସର ସମ୍ପର୍କରେ ଘୋଷଣା କରିଥିଲେ । ୨୦ରୁ ଊର୍ଦ୍ଧ୍ୱ ବର୍ଷ ଟେନିସ ମୋ ଜୀବନର ଏକ ଅଭିନ୍ୟ ଅଙ୍ଗ ହୋଇ ରହି ଯାଇଥିଲା । ଟେନିସ ର୍ୟାକେଟ ଛାଡିବା ମୋ ପକ୍ଷେ ଏତେଟା ସହଜ ନ ଥିଲା । ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ମୋ ଜୀବନର ସବୁଠାରୁ ଗର୍ବର କ୍ଷଣ ଥିଲା ।