ଦେବୀ ରଥଙ୍କ ମୃତ୍ୟୁ ପାଇଁ ଡିଜେ ଦାୟୀ; କାହିଁକି ଏଭଳି କହିଲେ ପୁଅ

ଭୁବନେଶ୍ୱର: ଓଡ଼ିଆ ଯାତ୍ରା କଳାକାର ଦେବୀ ପ୍ରସାଦ ରଥଙ୍କର ବୁଧବାର ଦିନ ହୃଦଘାତରେ ଦେହାନ୍ତ ହୋଇଛି। ଆଉ ଏବେ ତାଙ୍କ ମୃତ୍ୟୁ ପାଇଁ ଡିଜେ ସଂଗୀତକୁ ଦାୟୀ କରିଛନ୍ତି ପରିବାର।

ଏନେଇ ତାଙ୍କ ପୁଅ କହିଛନ୍ତି ଯେ, ଗତକାଲି ପାରାଦ୍ୱୀପ ଗଡରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶୋଭାଯାତ୍ରା ହୋଇଥିଲା । ସେହି ସମୟରେ ବହୁତ ଜୋରରେ ଡିଜେ ବାଜିଥିଲା । ଏକାସାଙ୍ଗରେ ୩ଟି ଡିଜେ ବାଜିଥିଲା । ଡିଜେ ଶବ୍ଦରେ ଆମ ଘର ପୁରା ଦୁଲୁକୁଥିଲା । ମୋ ବାପା ଅସୁସ୍ଥ ଲୋକ ସେଥିପାଇଁ ସେ ଏହି ଶଦ୍ଦକୁ ସମ୍ଭାଳି ପାରିଲେ ନାହିଁ । ରାତି ପ୍ରାୟ ସାଢେ ୨ଟା ଯାଏଁ ଠିକ ଥିଲା କିନ୍ତୁ ପରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା ବୋଲି ସେ କହିଛନ୍ତି।

ଅପରପକ୍ଷରେ ନାଟକରେ ଶିଶୁ କଳାକାର ଭାବରେ ଦେବୀ ରଥ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ପରେ ଓଡ଼ିଆ ଯାତ୍ରା ଶିଳ୍ପରେ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ରାଜୁତି କରିଥିଲେ। ସେ ବୀଣାପାଣି କଳାକୁଞ୍ଜ, ତାରାପୁର ଯାତ୍ରା ପାର୍ଟିର ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ଆଉ ଦୀର୍ଘ ବର୍ଷର କ୍ୟାରିଅରରେ ୧୦୦ରୁ ଅଧିକ ପାର୍ଟିରେ କାମ କରିଥିଲେ।ହିରୋ, ଭିଲିଆନ ସହ ବାପା ଭୂମିକାରେ ତାଙ୍କ ଅଭିନୟ ସମସ୍ତଙ୍କୁ ବେଶ୍ ପସନ୍ଦ । ବାଟ ଛାଡ ଷଣ୍ଢ ଆସିଛି, ଜେଲ ଟାଇଗର, ଡ଼ିମିରି ଫୁଲ ଭଳି ସୁପରହିଟ ଯାତ୍ରାରେ ଦେବୀ ରଥଙ୍କର ନିଖୁଣ ଅଭିନୟକୁ ସମସ୍ତେ ପ୍ରଶଂସା କରିଛନ୍ତି । ଇଷ୍ଟର୍ଣ୍ଣ ବ୍ଲୁରେ ସେ ଦୀର୍ଘ ବର୍ଷ ଧରି ଅଭିନୟ କରିଥିଲେ।

୭୧ ବର୍ଷ ବୟସରେ ଦେବୀ ରଥଙ୍କର ତାଙ୍କ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଦୀର୍ଘ ୪୫ ବର୍ଷରୁ ଉର୍ଦ୍ଧ୍ବ ଯାତ୍ରା ଜଗତରେ ସକ୍ରିୟ ଥିଲେ। ତାଙ୍କ ବିୟୋଗରେ ଯାତ୍ରା ଜଗତରରେ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି।

Leave A Reply

Your email address will not be published.