ମୋଦି ମହାନ; ଟାରିଫ୍ ବିବାଦ ଭିତରେ ନୂଆ ହିଣ୍ଟସ ଦେଲେ ଟ୍ରମ୍ପ…

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଚାଲିଛି। ବାଣିଜ୍ୟ ଚୁକ୍ତି ଆଲୋଚନା ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ମହାନ ବନ୍ଧୁ ବୋଲି କହିବା ସହ କିଛି ହିଣ୍ଟସ ମଧ୍ୟ ଦେଇଛନ୍ତି।

ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଭଲ ବନ୍ଧୁ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର (ଭାରତୀୟ ସମୟ) ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଆସନ୍ତା ବର୍ଷ ସେ ଭାରତ ଗସ୍ତ କରିପାରନ୍ତି ବୋଲି ହିଣ୍ଟସ ଦେଇଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି କହିଛନ୍ତି, “ମୋଦୀ ମୋର ଭଲ ବନ୍ଧୁ, ଏବଂ ଆମେ କଥାବାର୍ତ୍ତା ଜାରି ରଖୁଛୁ।” ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି।

ତେବେ ତାଙ୍କର ଭାରତ ଗସ୍ତ ସମ୍ପର୍କରେ ସେ କହିଛନ୍ତି, “ଯଦି ପ୍ରଧାନମନ୍ତ୍ରୀ ମୋଦି ଚାହାଁନ୍ତି, ମୁଁ ଭାରତ ଯିବି, ଏବଂ ଆମେ ଏହାକୁ ବ୍ୟବସ୍ଥିତ କରିବୁ। ଆଉ ମୋଦି ଜଣେ ମହାନ ବ୍ୟକ୍ତି ଏବଂ ମୋ ଭଲ ସାଙ୍ଗ ମଧ୍ୟ।”

Leave A Reply

Your email address will not be published.