ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଭୂମିକମ୍ପ; ତ୍ରୀବତା ରହିଛି ୫.୪

ନୂଆଦିଲ୍ଲୀ: ରବିବାର (ନଭେମ୍ବର ୯, ୨୦୨୫) ଦିନ ୧୨:୦୬ ସମୟରେ ଭାରତର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଏହାର ତୀବ୍ରତା ୫.୪ ବୋଲି ରିପୋର୍ଟ କରିଛି, ଯାହାର କେନ୍ଦ୍ରସ୍ଥଳ ଭୂମିରୁ ପ୍ରାୟ ୯୦ କିଲୋମିଟର ତଳେ ଥିଲା। ଭୂମିକମ୍ପ ଅନୁଭୂତ ହେବା ମାତ୍ରେ ଅନେକ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନେ ଘରୁ ବାହାରକୁ ଆସି ସୁରକ୍ଷିତ ସ୍ଥାନକୁ ପଳେଇଯାଇଥିଲା ।

ଭୂମିକମ୍ପ ଯୋଗୁଁ କୌଣସି ମୃତାହତ କିମ୍ବା ବଡ଼ କ୍ଷୟକ୍ଷତିର ତୁରନ୍ତ ରିପୋର୍ଟ ନାହିଁ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟ ରବିବାର ଅପରାହ୍ନରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଦିଗଲିପୁର ନିକଟରେ ରିକ୍ଟର ସ୍କେଲରେ ୫.୪ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା।

Leave A Reply

Your email address will not be published.