ଭୋଟ୍‌ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା, ନୂଆପଡ଼ା ନ୍ୟାସନାଲ୍‌ କଲେଜରେ ହେବେ କାଉଣ୍ଟିଂ

ନୂଆପଡ଼ା: ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଉପନିର୍ବାଚନରେ ୮୧.୯୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍‌, ଗୋପାଳନ୍। ଗତକାଲି ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଉପନିର୍ବାଚନରେ ଶାନ୍ତିପୂର୍ଣ୍ଣ ମତଦାନ ଶେଷ ହୋଇଥିଲା। ଆଉ ୧୪ ତାରିଖ ଦିନ ହେବ ଭୋଟ୍ ଗଣତି।

ନୂଆପଡ଼ା ନ୍ୟାସନାଲ୍‌ କଲେଜରେ ହେବେ ଭୋଟ୍‌ ଗଣତି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଗଣତି ନେଇ ଜିଲ୍ଲାପାଳ ଦେଇଛନ୍ତି ସୂଚନା। ଇନ୍ନର କର୍ଡନ ଦାୟିତ୍ବରେ ରହିବେ ସିଏପିଏଫ୍‌, ପୋଲିସ ମଧ୍ୟ ରହିବେ। ମୋଟ ୧୪ଟି ଟେବୁଲ୍‌ରେ ୨୬ ରାଉଣ୍ଡ ଗଣତିର ବ୍ୟବସ୍ଥା ହୋଇଛି। ସକାଳ ୮ଟାରେ ପୋଷ୍ଟାଲ, ସାଢ଼େ ୮ରେ ଇଭିଏମ୍‌ ଖୋଲିବ।

ନୂଆପଡ଼ାବାସୀ ନିଜ ନେତା ବାଛିବା ପାଇଁ ମତଦାନ କରି ସାରିଛନ୍ତି। ର୍ସ୍ବଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ସହ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍‌ରେ ବନ୍ଦ ରହିଛି। ଆସନ୍ତା ୧୪ ତାରିଖରେ ନୂଆପଡ଼ା ନ୍ୟାସନାଲ୍‌ କଲେଜରେ ଭୋଟ ଗଣତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.