ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଗୋବିନ୍ଦା

ମୁମ୍ବାଇ: ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଛି। ଫଳରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଗୋବିନ୍ଦା ତାଙ୍କ ଘରେ ଅଚେତ ହୋଇଯାଇଥିଲେ। ଯାହା ପରେ ଜଣେ ଡାକ୍ତରଙ୍କ ସହ ଯୋଗାଯୋଗ କରାଯାଇଥିଲା ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ଗୋବିନ୍ଦାଙ୍କୁ କିଛି ଔଷଧ ଦିଆଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଗୋବିନ୍ଦାଙ୍କ ବନ୍ଧୁ ଏବଂ ଆଇନଗତ ପରାମର୍ଶଦାତା ଲଳିତ ବିନ୍ଦଲ କହିଛନ୍ତି, “ଡାକ୍ତରଙ୍କ ସହ କଥା ହେବା ପରେ ତାଙ୍କୁ ଔଷଧ ଦିଆଯାଇଥିଲା ଏବଂ ଗତକାଲି ରାତି ୧ଟାରେ ହସ୍ପିଟାଲର ଏମରଜେନ୍ସିରେ ଭର୍ତ୍ତି କରାଯାଇଥିଲା।” ଟେଷ୍ଟ ରିପୋର୍ଟ ଆସିବା ପରେ ହିଁ ସବୁ ଜଣାପଡ଼ିବ। ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅଧିକ ସୂଚନା ଦେବାକୁ ସେ ମନା କରିଛନ୍ତି।

 

Leave A Reply

Your email address will not be published.