ପରଲୋକରେ ଲୋକପ୍ରିୟ ଓଲିଉଡ୍ ଗାୟକ ହ୍ୟୁମାନ୍ ସାଗର

ଭୁବନେଶ୍ୱର: ଲୋକପ୍ରିୟ ଓଲିଉଡ୍ ଗାୟକ ହ୍ୟୁମାନ୍ ସାଗରଙ୍କର ସୋମବାର ସନ୍ଧ୍ୟାରେ ଏମ୍ସ-ଭୁବନେଶ୍ୱରରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କର ବୟସ ୩୬ ବର୍ଷ ଥିଲା।

 

ତାଙ୍କୁ ଶୁକ୍ରବାର ଅପରାହ୍ନରେ ଗୁରୁତର ଅବସ୍ଥାରେ ଏମ୍ସ-ଭୁବନେଶ୍ୱରରେ ଭର୍ତ୍ତି କରାଯାଇଥିଲା। ଯାହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା।

ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବାର ଗୋଟିଏ ଦିନ ପରେ ସ୍ବାସ୍ଥ୍ୟରେ ଉନ୍ନତି ଦେଖାଯାଇଥିଲା। କିନ୍ତୁ ତାଙ୍କ ପତ୍ନୀ ସୋମବାର ଦିନ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ ଯେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ଏବଂ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏୟାରଲିଫ୍ଟରେ ଏମ୍ସ-ଦିଲ୍ଲୀକୁ ସ୍ଥାନାନ୍ତର କରାଯିବା ଭଳି କୌଣସି ସ୍ଥିତି ନାହିଁ।

 

ଉଲ୍ଲେଖଯୋଗ୍ୟ, ପ୍ରାଥମିକ ସ୍ବାସ୍ଥ୍ୟ ଯାଞ୍ଚ ସମୟରେ ହ୍ୟୁମାନ ଗୁରୁତର ମଲ୍ଟି-ଅର୍ଗାନ୍ ଡିସଫଙ୍କସନ୍ ସିଣ୍ଡ୍ରୋମ୍ (MODS), କ୍ରନିକ୍ ଲିଭର ଫେଲ୍ୟୁଅର, ନିମୋନିଆ ଏବଂ ଗମ୍ଭୀର LV ସିଷ୍ଟୋଲିକ୍ ଡିସଫଙ୍କସନ୍ ସହିତ ଡାଇଲେଟେଡ୍ କାର୍ଡିଓମାୟୋପାଥିରେ ପୀଡିତ ଥିବା ଜଣାପଡିଥିଲା।

Leave A Reply

Your email address will not be published.