ଅଧିକ ଫିଲ୍‌ଡ ଭିଜିଟ କରି ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଭୁବନେଶ୍ୱରରେ ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। ଲୋକସେବା ଭବନ କନଭେନସନ ସେଣ୍ଟରରେ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି ଯେ ଉପନିବେଶ ମାନସିକତା ପରିବର୍ତ୍ତନ କର।

ସରକାରୀ ଅଫିସକୁ ଆସୁଥିବା ଲୋକଙ୍କୁ ସମ୍ମାନ ଦିଅ । ଅଧିକ ଫିଲ୍ଡ ଭିଜିଟ କରି ସମୀକ୍ଷା କର, ଅଧିକ ଲୋକଙ୍କ ସହ ମିଶିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ ଗୃହ ବିଭାଗ ଭିତରେ ସମନ୍ୱୟ ଅଭାବ ଯୋଗୁଁ କାମ ବିଳମ୍ବ ହେଉଛି । ଆମ ନେତୃତ୍ୱଙ୍କ ଆଶା ରହିଛି ପ୍ରଶାସନିକ କଳ ଆହୁରି ଭଲ ହୋଇପାରିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସବୁ କାମ ଆଉଟଷ୍ଟାଣ୍ଡିଙ୍ଗ ହେବା ଦରକାର ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Leave A Reply

Your email address will not be published.