୪୬ ଲକ୍ଷ ବିବାହରେ ଏତେ ଟଙ୍କାରେ ବିକ୍ରି ହେବ ସୁନା, ସଂଖ୍ୟା ଜାଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: ଏବର୍ଷର ବିବାହ ସିଜନ୍‌କୁ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସିଜନ୍ ବୋଲି କୁହାଯାଉଛି। ଏହାର ଆକଳନ କରିବାକୁ ହେଲେ ଏତିକି ଜାଣିଲେ ହିଁ ପର୍ଯ୍ୟାପ୍ତ – ୧ ନଭେମ୍ବରରୁ ୧୪ ଡିସେମ୍ବର ମଧ୍ୟରେ ଦେଶରେ ପ୍ରାୟ ୪୬ ଲକ୍ଷ ବିବାହ ହେବାର ଆକଳନ ରହିଛି।

କନ୍‌ଫେଡରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ଅନୁଯାୟୀ, ମାତ୍ର ଦେଢ଼ ମାସରେ ୬.୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବାର ଆଶା କରାଯାଉଛି। ଏହି ବିପୁଳ ବ୍ୟବସାୟରୁ ସବୁଠାରୁ ବଡ଼ ଲାଭ ଉଠାଉଛି ଜୁଏଲେରୀ ସେକ୍ଟର। ବଜାରରେ ସୁନା-ହୀରାର ରେକର୍ଡ ଚାହିଦା ଦେଖିବାକୁ ମିଳୁଛି। ଆସନ୍ତୁ ଜାଣିବା, ଏହି ୪୬ ଲକ୍ଷ ବିବାହରେ କେତେ ସୁନା ବିକ୍ରି ହେବ….

ଭାରତରେ ବିବାହ ବୋଲି କହିଲେ ସୁନା ଓ ହୀରା କିଣା ଅନିବାର୍ଯ୍ୟ। ସୁନାର ଦାମ୍ ଆକାଶ ଛୁଆଁ ହେବା ସତ୍ତ୍ୱେ ଜୁଏଲେରୀ ଷ୍ଟୋର୍‌ଗୁଡ଼ିକରେ କ୍ରେତାଙ୍କ ଭିଡ଼ ଲାଗି ରହିଛି। ଦେଶବ୍ୟାପୀ ଜୁଏଲର୍ସମାନେ କହୁଛନ୍ତି, ଏବର୍ଷ ବିକ୍ରି ଗତବର୍ଷ ତୁଳନାରେ ବହୁତ ଅଧିକ ବଢ଼ିଛି। ବିଶେଷଜ୍ଞମାନେ କହୁଛନ୍ତି, ଭାରତରେ ମୋଟ୍ ବିବାହ ଖର୍ଚ୍ଚ ପ୍ରାୟ ୧୫ ପ୍ରତିଶତ କେବଳ ଜୁଏଲେରୀ ଉପରେ ହୁଏ। ଅର୍ଥାତ୍ ୬.୫ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ କେବଳ ସୁନା ଓ ଅଳଙ୍କାର ଉପରେ ଖର୍ଚ୍ଚ ହୋଇଥାଏ।

ଜୁଏଲେରୀ ବ୍ରାଣ୍ଡଗୁଡ଼ିକ କହୁଛନ୍ତି, ଏଥର ବିବାହ ଗ୍ରାହକମାନେ ୧୮ କ୍ୟାରେଟ୍ ସୁନା, ଷ୍ଟେଟମେଣ୍ଟ ଜୁଏଲେରୀ ଓ ବଡ଼ ରତ୍ନ ଥିବା ଡିଜାଇନ୍‌କୁ ଅଧିକ ପସନ୍ଦ କରୁଛନ୍ତି। ପାରମ୍ପରିକ ଅଳଙ୍କାର ସହ ମଡର୍ଣ୍ଣ ଡିଜାଇନ୍ ମଧ୍ୟ ଲୋକେ ବାଛୁଛନ୍ତି, ଯାହା ଫଳରେ ବିକ୍ରିରେ ଆହୁରି ବଢ଼ିଛି।

Leave A Reply

Your email address will not be published.