କାହିଁକି ବନ୍ଧା ହେଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ଓ ତାଙ୍କ ପତ୍ନୀ…

ମୁମ୍ବାଇ: ୩୦ କୋଟି ଟଙ୍କା ଠକେଇ ମାମଲାରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ଏବଂ ତାଙ୍କ ପତ୍ନୀ ଶ୍ୱେତାମ୍ବରୀ ଭଟ୍ଟଙ୍କୁ କିଛି ଦିନ ପୂର୍ବରୁ କୋର୍ଟ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି। ତେବେ ସେମାନଙ୍କୁ ଉଦୟପୁର ACJM କୋର୍ଟ-୪ ଡିସେମ୍ବର ୯ ତାରିଖ ରେ ହଜାର କରାଯାଇଥିଲା ଓ ଡିସେମ୍ବର ୧୬ ରେ ସେମାନଙ୍କର ସାତ ଦିନର ରିମାଣ୍ଡ ଶେଷ ହେବା ପରେ ତାଙ୍କୁ ଜେଲ ପଠାଇବାକୁ କୋର୍ଟ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏସବୁ ମଧ୍ୟରେ ଭଟ୍ଟ ଦମ୍ପତି ଶାରୀରିକ ଅସୁସ୍ଥତା ଦର୍ଶାଇ ଜାମିନ ଆବେଦନ କରିଥିଲେ କିନ୍ତୁ ସରକାରୀ ଓକିଲ ଏବଂ ପ୍ରତିପକ୍ଷ ଉଭୟଙ୍କ ଯୁକ୍ତି ଶୁଣିବା ପରେ ସେମାନଙ୍କର ଜାମିନ ଆବେଦନକୁ ଖାରଜ କରି ଦିଆଯାଇଥିଲା।

ଅଧିକ ପଢନ୍ତୁ:- ବିକ୍ରମ ଭଟ୍ଟଙ୍କ ବିରୋଧରେ ମାମଲା, ଅଭିଯୋଗକୁ ଖଣ୍ଡନ କଲେ…

ତେବେ ରାଜସ୍ଥାନ ହାଇକୋର୍ଟ ଯୋଧପୁରର ଏକକ ଖଣ୍ଡପୀଠ ଏହି ମାମଲାରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ।କୋର୍ଟଙ୍କ ନିର୍ଦ୍ଦେଶ ପରେ ଉଦୟପୁର ଆଇଜି ଗୌରବ ଶ୍ରୀବାସ୍ତବ ଏବଂ ପୋଲିସ ଅଧୀକ୍ଷକ ଯୋଗେଶ ଗୋୟଲ ଗୋଟିଏ ଦିନ ପୂର୍ବରୁ ଭର୍ଚୁଆଲ୍ ଭାବରେ କୋର୍ଟରେ ହାଜର ହୋଇଥିଲେ ଓ ସେଠାରେ କୋର୍ଟ ଆଇଜିଙ୍କୁ ଗିରଫ ପ୍ରକ୍ରିୟା ଏବଂ ତଦନ୍ତ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ।

ତେବେ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଏବଂ ତାଙ୍କ ପତ୍ନୀ ଶ୍ୱେତାମ୍ବରୀଙ୍କୁ ଉଦୟପୁରର କେନ୍ଦ୍ରୀୟ କାରାଗାରରେ ସାଧାରଣ କଏଦୀ ଭାବରେ ରଖାଯିବ ଓ ସେମାନେ ତଳେ ହିଁ ଶୋଇବେ ବୋଲି ଜେଲ୍ ଅଧୀକ୍ଷକ ରାଜପାଲ ସିଂହ କହିଛନ୍ତି।ଏଥିସହିତ ଥଣ୍ଡା କାରଣରୁ ସେମାନଙ୍କୁ ତିନୋଟି କମ୍ବଳ ଏବଂ ଏକ ଗଦି ମିଳିବ ବୋଲି ମଧ୍ୟ ସେ କହିଛନ୍ତି।

ସେମାନଙ୍କୁ କୌଣସି ଭିଆଇପି ସୁବିଧା ମିଳିବ ନାହିଁ ଓ ଅନ୍ୟ କଏଦୀ ମାନଙ୍କ ଭଳି ସେମାନେ ମଧ୍ୟ ଖାଦ୍ୟ ପାଇଁ ଧାଡ଼ିରେ ଠିଆ ହେବେ ବୋଲି ସିଂ କହିଛନ୍ତି। ତେବେ ବିକ୍ରମ ଭଟ୍ଟଙ୍କ ମୁମ୍ବାଇ କାର୍ଯ୍ୟାଳୟର ତଲାସିରେ ଭୂପାଳପୁରା ପୋଲିସ ୬୦ରୁ ଅଧିକ ସାମଗ୍ରୀ ଜବତ କରି ଉଦୟପୁରକୁ ଆଣିଥିଲା ଓ ସେ ସମସ୍ତ ସାମଗ୍ରୀଗୁଡ଼ିକର ମୂଲ୍ୟ କୋଟି କୋଟି ଟଙ୍କା ବୋଲି ପୋଲିସ ସୂଚନା ଦେଇଛି।

ସୂଚନା ଅନୁଯାୟୀ, ରାଜସ୍ଥାନର ଇନ୍ଦିରା ଗ୍ରୁପ୍ ଅଫ୍ କମ୍ପାନୀଜ୍‌ର ମାଲିକ ଡାକ୍ତର ଅଜୟ ପ୍ରାୟ ୪୨ କୋଟି ଟଙ୍କାର ଚଳଚ୍ଚିତ୍ର ନିର୍ମାଣ ପାଇଁ ବିକ୍ରମ ଭଟ୍ଟଙ୍କ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ପରେ ସେ ନଭେମ୍ବର ୧୭ ତାରିଖରେ ଏକ ଜାଲିଆତି ଅଭିଯୋଗ ଆଣି ଉଦୟପୁରରେ ବିକ୍ରମ ଭଟ୍ଟ ଏବଂ ଅନ୍ୟ ଆଠ ଜଣଙ୍କ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ କରିଥିଲେ।

Leave A Reply

Your email address will not be published.