ବିଶ୍ୱ ଫୁଟବଲର ମହାନ ତାରକା ଲିଓନେଲ ମେସୀ ଭାରତ ଆସିଥିଲେ । ସମସ୍ତେ ଥିଲେ ଉତ୍ସାହିତ । ସତେ ଯେପରି ତାଙ୍କ ଗସ୍ତ ପରେ ଭାରତୀୟ ଫୁଟବଲର କାୟାକଳ୍ପ ବଦଳିଯିବ । ମେସୀ ଆସିଲେ… ଗଲେ ଏବଂ ଭାରତୀୟ ଫୁଟବଲ ଆଇସିୟୁରେ ଥିବା ପଦାରେ ପଡିଗଲା । ମେସୀଙ୍କ ଭାରତ ଗସ୍ତରେ ପାଖାପାଖି ୧୨୦ କୋଟି ଖର୍ଚ୍ଚ ହୋଇଥିବା ଅନୁମାନ କରାଯାଉଛି । ସବୁ କିଛି ବ୍ୟବସାୟ ପାଇଁ କରାଯାଇଥିଲା । ସେ ସମୟରେ ଭାରତର ଉଦୀୟମାନ ଫୁଟବଲର କଥା କେହି ଚିନ୍ତା କରି ନ ଥିଲେ । ଦେଶର ଷ୍ଟାର ଖେଳାଳି ସୁନୀଲ ଛେତ୍ରୀଙ୍କ ଅବସ୍ଥା ଆମେ ଦେଖିଛେ । ଫଟୋ ପାଇଁ ତାଙ୍କୁ ଠେଲି ମଧ୍ୟ ଦିଆଯାଇଛି ।

ଯେତିକି ଅର୍ଥ ମେସୀଙ୍କ ପିଛା ଖର୍ଚ୍ଚ ହେଲା ସେଥିରେ ଭାରତୀୟ ଫୁଟବଲ ଆଇସିୟୁରୁ ମୁକୁିଳି ପାରିଥାନ୍ତା । ଏପରିକି ଯୁବ ଖେଳାଳିଙ୍କୁ ତାଙ୍କ ସହ ଭେଟ ମଧ୍ୟ କରାଗଲା ନାହିଁ । ଦୁଃଖର କଥା ଭାରତ ଏଏଫସି ଏସିଆନ କପ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନାହିଁ । ଫିଫା ବିଶ୍ୱକପ କଥା ଛାଡ । ଏବେ ଏସିଆର ୨୪ଟି ଟିମ ମଧ୍ୟରେ ଭାରତର ସ୍ଥାନ ନାହିଁ । ଓଭରାଲ ଟିମ ଇଣ୍ଡିଆ ୧୪୨ତମ ସ୍ଥାନରେ ରହିଛି ।