ବିବାଦୀୟ ମନ୍ତବ୍ୟ ଦେଇ ପସିଛନ୍ତି କଙ୍ଗନା, ଆଜି ହେବ ଫଇସଲା

ପଞ୍ଜାବ: ବଲିଉଡ୍ ଅଭିନେତ୍ରୀ ଏବଂ ହିମାଚଳ ପ୍ରଦେଶର ମଣ୍ଡିର ବିଜେପି ସାଂସଦ କଙ୍ଗନା ରାଣାୱତଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଦିଲ୍ଲୀ ଚାଷୀ ପ୍ରତିବାଦ ସମୟରେ ଜଣେ ବୟସ୍କା ମହିଳା ମହିନ୍ଦର କୌରଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇ ବିବାଦରେ ଫସିଛନ୍ତି କଙ୍ଗନା । ପଞ୍ଜାବ ଭଟିଣ୍ଡାର ଜଣେ ବୃଦ୍ଧା ମହିଳା ମହିନ୍ଦର କୌର କଙ୍ଗନା ରାଣାୱତଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଥିଲେ।ଏହି ମାନହାନି ମାମଲାରେ ସେ ଆଜି ଭଟିଣ୍ଡା କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହେବାର କାର୍ଯ୍ୟକ୍ରମ ରହିଛି। ପୂର୍ବ ଶୁଣାଣି ସମୟରେ, କୋର୍ଟ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଥିଲେ ଏବଂ ସ୍ପଷ୍ଟ କରିଥିଲେ ଯେ ତାଙ୍କୁ ସମସ୍ତ ପରିସ୍ଥିତିରେ ଏଥର ହାଜର ହେବାକୁ ପଡିବ।
ଗତ ଶୁଣାଣି ସମୟରେ କଙ୍ଗନା ରାଣାୱତ କୋର୍ଟରେ ହାଜର ହୋଇନଥିଲେ। ତାଙ୍କ ଓକିଲ ଯୁକ୍ତି ଦେଇଥିଲେ ଯେ ସଂସଦ ଅଧିବେଶନ ଚାଲୁଛି, ତେଣୁ ସାଂସଦ ବ୍ୟସ୍ତ ଅଛନ୍ତି ଏବଂ ହାଜର ହୋଇପାରିବେ ନାହିଁ। କୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି ତାଙ୍କୁ ରହିତାଦେଶ ପ୍ରଦାନ କରିଥିଲେ, କିନ୍ତୁ ତାଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ ଯେ ତାଙ୍କୁ ପରବର୍ତ୍ତୀ ଶୁଣାଣିରେ (ଆଜି) ବ୍ୟକ୍ତିଗତ ଭାବରେ ଉପସ୍ଥିତ ହେବାକୁ ପଡିବ।

ଅଭିଯୋଗକାରୀ ମହିନ୍ଦର କୌରଙ୍କ ଓକିଲ ରଘୁବୀର ସିଂହ ବେନିୱାଲ ନିଶ୍ଚିତ କରିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କଙ୍ଗନାଙ୍କ ହାଜର ହେବା ବାଧ୍ୟତାମୂଳକ। ଆଜି ସମସ୍ତଙ୍କ ନଜର ତାଙ୍କ ଉପରେ ରହିଛି। ଭଟିଣ୍ଡା ବିଜେପି ସାଂସଦ କୋର୍ଟକୁ ଯିବେ କି ନାହିଁ ତାହା କୋର୍ଟ ଉପରେ ନିର୍ଭର କରେ ।

କଙ୍ଗନାଙ୍କ ବିବାଦୀୟ ମନ୍ତବ୍ୟ କ’ଣ ଥିଲା:

୨୦୨୧ ମସିହାର, ଦିଲ୍ଲୀ ସୀମାରେ ଐତିହାସିକ କୃଷକଙ୍କ ପ୍ରତିବାଦ ସମୟରେ, କଙ୍ଗନା ରାଣାୱତ ସୋସିଆଲ ମିଡିଆ ପ୍ଲାଟଫର୍ମ X (ସେତେବେଳେ ଟ୍ୱିଟର)ରେ ଏକ ବିବାଦୀୟ ଟ୍ୱିଟ୍ ପୋଷ୍ଟ କରିଥିଲେ, ଯେଉଁଥିରେ ଜଣେ ବୃଦ୍ଧ ମହିଳାଙ୍କ ଫଟୋ ସେୟାର କରାଯାଇଥିଲା। କଙ୍ଗନା ଭଟିଣ୍ଡା ର ବାହାଦୁରଗଡ଼ ଜାଣ୍ଡିଆ ଗାଁର ୮୭ ବର୍ଷୀୟ ଚାଷୀ ମହିନ୍ଦର କୌରଙ୍କୁ ଶାହିନ ବାଗର ‘ଦାଦୀ’ ଭାବି ଭୁଲ କରିଥିଲେ। ସେ କହିଥିଲେ, ‘ଏପରି ମହିଳାମାନେ ପ୍ରତ୍ୟେକଙ୍କୁ ୧୦୦ ଟଙ୍କା ଦେଇ ପ୍ରତିବାଦରେ ଯୋଗଦେବାକୁ ଉପଲବ୍ଧ।’ ଏହି ମନ୍ତବ୍ୟ କେବଳ ମହିନ୍ଦର କୌରଙ୍କ ନୁହେଁ ବରଂ ସମଗ୍ର ଚାଷୀ ସମାଜର ଭାବନାକୁ ଆଘାତ ଦେଇଥିଲା। ମହିନ୍ଦର କୌର କଙ୍ଗନାଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଥିଲେ, ଏହାକୁ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବାର ପ୍ରୟାସ ବୋଲି କହିଥିଲେ।ପ୍ରକୃତରେ, କଙ୍ଗନା ରାଣାୱତ ଏକ ଟ୍ୱିଟ୍ ରିଟ୍ୱିଟ୍ କରିଥିଲେ ଯେଉଁଥିରେ ସେ ବଠିଣ୍ଡା ଜିଲ୍ଲାର ଏକ ଗାଁର ମହିଳା ମହିନ୍ଦର କୌରଙ୍କ ଉପରେ ମନ୍ତବ୍ୟ ଦେଇଥିଲେ। ଟ୍ୱିଟ୍ ରେ କଙ୍ଗନା ମହିନ୍ଦର କୌରଙ୍କୁ ଶାହିନ ବାଗ ପ୍ରତିବାଦର ଜଣେ ବୃଦ୍ଧା ମହିଳା ବିଲକିସ୍ ବାନୋଙ୍କ ସହ ତୁଳନା କରିଥିଲେ। ଏହା ପୂର୍ବରୁ, କଙ୍ଗନା ରାଣାୱତ ଅକ୍ଟୋବର ୨୭, ୨୦୨୫ରେ ବଠିଣ୍ଡା କୋର୍ଟରେ ହାଜର ହୋଇ ବୃଦ୍ଧା ମହିଳାଙ୍କୁ କ୍ଷମା ମାଗିଥିଲେ।

Leave A Reply

Your email address will not be published.