କଟକ: କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଆରମ୍ଭ ହୋଇଛି ୩୩ ତମ ଜାତୀୟ ଜୁନିଅର ଫେନ୍ସିଙ୍ଗ ଚମ୍ପିୟାନସିପ। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ୩୨ ଟି ରାଜ୍ୟରୁ ପାଖାପାଖି ୬୦୦ ରୁ ଉର୍ଦ୍ଧ୍ବ ବାଳକ ବାଳିକା ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି। ଓଡିଶା ଫେନ୍ସିଂ ଦଳ ଏହି ଚମ୍ପିୟାନସିପରେ ଭଲ ପଦର୍ଶନ କରିବ ବୋଲି ରାଜ୍ୟ ସଂଘ ଆଶା ରଖିଛି।
ରାଜ୍ୟକ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପିୟାନସିପକୁ ଉଦଘାଟନ କରିଥିଲେ। ଆଗାମୀ ଦିନରେ ଏହି ଖେଳକୁ କିପରି ପ୍ରଚାର ପ୍ରସାର କରାଯିବ ଏହାସହ ତୃଣମୂଳ ସ୍ତରରୁ ଖେଳାଳି ଵାହାରିବେ ସେ ନେଇ ସମସ୍ତ ପଦକ୍ଷେପ ନିଆଯିବ ବୋଲି କ୍ରୀଡ଼ା ମନ୍ତ୍ରୀ କହିଛନ୍ତି।ସେପଟେ ଓଡିଶା ଖେଳାଳି କହିଛନ୍ତି ଆମ ପିଲା ମାନଙ୍କ ପାଖରେ ଭଲ କ୍ରୀଡା ସରଞ୍ଜାମ ନଥିବା, ଭଲ କୋଚ୍ ଅଭାବ, ଓ ଭିତ୍ତିଭୂମି ଅଭାବ ଥିବାରୁ ଆମେ ଆଗକୁ ଯାଇପାରୁନାହିଁ ବୋଲି କହିଛନ୍ତି।କ୍ରୀଡ଼ା ସଚିବ ସଚିନ ରାମଚନ୍ଦ୍ର ଯାଦବ, ଏଫ୍ଏ ଏଆଇ ସମ୍ପାଦକ ରାଜୀବ ମେହଟା, ଓଡ଼ିଶା ସଂଘ ସମ୍ପାଦକ ଦେବେନ୍ଦ୍ର କୁମାର ସ ସାହୁ, ଯୁଗ୍ମସମ୍ପାଦକ ସୁମିତ ପୁରୋହିତ, ଉପସଭାପତି ରମେଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ |