ଆସିଲା ନୂଆ ନିୟମ, ବୀମା ଓ PUCC ନଥିଲେ ହେବନି FASTag ରିଚାର୍ଜ

ଭୁବନେଶ୍ବର: ଫେବୃଆରୀ ୧ ତାରିଖରୁ ଯେଉଁ ଯାନବାହାନ ମାନଙ୍କରେ ଟ୍ରାଫିକ୍ ଚାଲାଣ ବାକି ଥିବ କିମ୍ବା ବୈଧ ବୀମା ଓ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ନଥିବ। ସେହି ଯାନଗୁଡ଼ିକ ପାଇଁ FASTag ରିଚାର୍ଜର ଅନୁମତି ଦିଆଯିବ ନାହିଁ।

ସେମାନଙ୍କ FASTag ନିଷ୍କ୍ରିୟ ରହିବା ନେଇ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସୂଚନା ଦେଇଛି। ଯାହାଫଳରେ ଟୋଲ୍ ପ୍ଲାଜା ଦେଇ ଗତି କରୁଥିବା ଯାନଗୁଡ଼ିକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ତେବେ FASTag କୁ ପୁନଃସକ୍ରିୟ କରିବା ପାଇଁ ମାଲିକମାନଙ୍କୁ ସମସ୍ତ ବକେୟା ଜୋରିମାନା ଦେବାକୁ ପଡ଼ିବ ଓ ବୈଧ ବୀମା ଏବଂ ପ୍ରଦୂଷଣ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିବାକୁ ପଡିବ।

ଏହି ନିୟମ ଓଡ଼ିଶାରେ ମଧ୍ୟ କାର୍ଯ୍ୟକାରୀ ହେବା ନେଇ ରାଜ୍ୟ ପରିବହନ ବିଭାଗ ପୂର୍ବରୁ ରାଜ୍ୟ ପରିବହନ ପ୍ରାଧିକରଣ (STA)କୁ ସୂଚନା ଦିଆଯାଇଥିବା କୁହାଯାଉଛି।

Leave A Reply

Your email address will not be published.