ଭୁଲ୍ ମାଗିଲେ ହନି ସିଂହ

ନୂଆଦିଲ୍ଲୀ: ହାତ ଯୋଡ଼ି କ୍ଷମା ମାଗିଲେ ହନି ସିଂହ

ଦିଲ୍ଲୀ କନସର୍ଟରେ କହିଥିଲେ ଅଶ୍ଳୀଳ ଭାଷା

ଫ୍ୟାନ୍ସ ଭଡକିବା ପରେ ମାଗିଲେ ଭୁଲ୍

କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାପର୍ ଏବଂ ଗାୟକ ୟୋ ୟୋ ହନି ସିଂହ ଏବେ ପୁଣି ଖବରର ଶୀର୍ଷରେ। ଏବେ ପୁଣି ଥରେ, ଦିଲ୍ଲୀର ଏକ କନସର୍ଟରେ ଯୋଗଦେବାର ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜାନୁଆରୀ ୧୪ ତାରିଖରେ ଭାଇରାଲ ହୋଇଥିବା ଏହି ଭିଡିଓରେ ତାଙ୍କୁ ଅଶ୍ଳୀଳ ଭାଷା ବ୍ୟବହାର କରୁଥିବାର ଦେଖାଯାଉଛି। ଏହି ଭିଡିଓ ଭାଇରାଲ୍ ହେବା ପରେ ଲାଇଭ୍ କନସର୍ଟ ସମୟରେ ସେ ଯାହା କହିଥିଲେ ସେଥିପାଇଁ ତାଙ୍କୁ ପ୍ରବଳ ଟ୍ରୋଲ୍ କରାଯାଇଥିଲା। ଲୋକମାନେ ତାଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ, ଯାହା ଫଳରେ ଏବେ ସାମ୍ନାକୁ ଆସି ହନି ସିଂହ କ୍ଷମା ମାଗିବାକୁ ବାଧ୍ୟ ହୋଇଛନ୍ତି। ସେ ପ୍ରଥମେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କହିଥିଲେ, “ମୁଁ ମୋର ଭୁଲ ପାଇଁ କ୍ଷମା ପ୍ରାର୍ଥନା କରୁଛି,”। ଖାଲି ସେତିକି ନୁହେଁ ତା’ପରେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି ହନି।

ଭିଡିଓରେ ହନି ସିଂହ କହୁଥିବାର ଦେଖାଯାଉଛି, “ନମସ୍କାର, ମୁଁ ତୁମ ସହିତ କିଛି ବିଷୟରେ କଥା ହେବାକୁ ଆସିଛି। ଆଜି ସକାଳ ଠାରୁ, ମୋର ଏକ ସମ୍ପାଦିତ ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି, ଯାହାକୁ ଅନେକ ଲୋକ ବହୁତ ଆପତ୍ତିଜନକ ବୋଲି ପାଉଛନ୍ତି। ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି। ଏଥିସହିତ ଲାଇଭ୍ କନସର୍ଟ ସମୟରେ କାହିଁକି ଏଭଳି ଅଶ୍ଳୀଳ ଶବ୍ଦ କୁହାଯାଇଥିଲା ତାହା ବ୍ୟାଖ୍ୟା କରିଥିଲେ ହନି। ଯୁବ ସମାଜକୁ ସଚେତନ କରିବା ପାଇଁ ମୁଁ ତାହା କହିଥିଲି। ତଥାପି ଫ୍ୟାନ୍ସ ଶାନ୍ତ ହୋଇନଥିବା ବେଳେ ଭିଡିଓର କିଛି ଘଣ୍ଟା ପରେ, ରାପର୍ ଆଉ ଏକ ପୋଷ୍ଟ ସେୟାର କରି ନିଜ ଭୁଲ ମାନିଥିଲେ ଯେଉଁଥିରେ ସେ ଲେଖିଛନ୍ତି, “ମୁଁ ଗଭୀର ଭାବରେ ଦୁଃଖିତ ଯେ ମୁଁ ଏହି ବାର୍ତ୍ତା ପ୍ରଦାନ କରିବାର ଉପାୟ ଭୁଲ ଥିଲା ଏବଂ ଅନେକଙ୍କ ପାଇଁ ଗ୍ରହଣୀୟ ନୁହେଁ। ଯେଉଁମାନେ ଆଘାତ ପାଇଛନ୍ତି କିମ୍ବା ଅପମାନିତ ହୋଇଛନ୍ତି ସେମାନଙ୍କ ପାଇଁ ମୁଁ ଆନ୍ତରିକ ଭାବରେ କ୍ଷମା ପ୍ରାର୍ଥନା କରୁଛି। ଭବିଷ୍ୟତରେ, ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି ଯେ ମୁଁ ମୋର କଥା ଏବଂ କାର୍ଯ୍ୟରେ ଅଧିକ ସତର୍କ ଏବଂ ଦାୟୀ ରହିବି।

Leave A Reply

Your email address will not be published.