ଭାରତରେ ଟି୨୦ ବିଶ୍ୱକପ୍ ଖେଳିବନି ବାଂଲାଦେଶ…

ନୂଆଦିଲ୍ଲୀ: ଚଳିତ ବର୍ଷ ଟି୨୦ ବିଶ୍ୱକପ୍ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବାକୁ ଯାଉଛି। ଏହି ବିଶ୍ୱକପ୍ କୁ ନେଇ ବର୍ତ୍ତମାନ ବାଂଲାଦେଶ ଏବଂ ଆଇସିସି ମଧ୍ୟରେ ବିବାଦ ଜାରି ରହିଛି।

ଏହାରି ମଧ୍ୟରେ ଆଗାମୀ ବିଶ୍ୱକପରେ ବାଂଲାଦେଶ ଟିମ୍ ବିଶ୍ୱକପରେ ଅଂଶଗ୍ରହଣ କରିବ ନାହିଁ ବୋଲି ଜଣାପଡିଛି।ତେବେ ବାଂଲାଦେଶ କ୍ରିକେଟ୍ ବୋର୍ଡ ଜାନୁଆରୀ ୨୨ ତାରିଖରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। ପୂର୍ବରୁ ବାଂଲାଦେଶ କ୍ରିକେଟ ବୋର୍ଡ ଖେଳାଳି ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତରେ ହେବାକୁ ଥିବା ମ୍ୟାଚକୁ ଶ୍ରୀଲଙ୍କା ସ୍ଥାନାନ୍ତର କରାଇବା ପାଇଁ ଆଇସିସିକୁ ଏକ ଚିଠି ଲେଖିଥିଲା। କିନ୍ତୁ ଏହି ଅନୁରୋଧକୁ ଆଇସିସି ପ୍ରତ୍ୟାଖ୍ୟାନ କରିବା ପରେ ସେ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି।

Leave A Reply

Your email address will not be published.