ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦

ବିଶାଖାପାଟଣା: ଆଜି ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦। ଶୃଙ୍ଖଳା ଜିତି ସାରିଥିବାରୁ ବିଶାଖାପାଟଣାର ରାଜଶେଖର ରେଡ୍ଡୀ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ବୁଧବାର ଖେଳାଯିବ ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦କୁ। ଏହି ମ୍ୟାଚକୁ ଜିତି ୪-୦ରେ ଆଗୁଆ ରହିବା ଆଶାରେ ପଡ଼ିଆକୁ ଓହ୍ଲାଇବ ଭାରତୀୟ କ୍ରିକେଟ୍‌ ଦଳ। ଅଭିଷେକ ଶର୍ମା, ସୂର୍ଯକୁମାର ଯାଦବ ଓ ଈଶାନ କିଶନଙ୍କ ବ୍ୟାଟିଂ ବଳରେ ବଳିୟାନ ହୋଇ ଭାରତ ପ୍ରଥମ ତିନିଟି ମୁକାବିଲାକୁ ସହଜରେ ଜିତି ନେଇଥିଲା।

ଚତୁର୍ଥ ଲଢ଼େଇରେ ବ୍ୟାଟର୍‌ଙ୍କ ତାଳରେ ତାଳ ନେଇ ବୋଲିଂ ବାହିନୀଠାରୁ ବଡ଼ କମାଲ ଆଶାରେ ରହିବ ଘରୋଇ ଦଳ। ଶୃଙ୍ଖଳା ବିଜୟ ଲକ୍ଷ୍ୟ ହାସଲ କରି ସାରିଥିବାରୁ ବିଶାଖାପାଟଣାରେ ଟିମ୍‌ ଇଣ୍ଡିଆ ପାଖରେ ପରୀକ୍ଷା ନିରୀକ୍ଷାର ସୁଯୋଗ ବି ରହିବ। ବିଶ୍ବକପ୍‌ ପୂର୍ବର ଶେଷ ଶୃଙ୍ଖଳା ହୋଇଥିବାରୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ପ୍ରମୁଖ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳକୁ ଫେରାଇ ଆଣିବାର ସମ୍ଭାବନା ଅଧିକ।

ଅନ୍ୟତମ ସ୍ପିନର କୁଲଦୀପ ଯାଦବ ଶୃଙ୍ଖଳାରେ ଦୁଇଟି ମ୍ୟାଚ୍‌ ଖେଳି ମାତ୍ର ଦୁଇଟି ୱିକେଟ୍‌ ନେଇଛନ୍ତି। ସେ ଓଭର ପିଛା ୯.୫ ହାରରେ ରନ୍‌ ବ୍ୟୟ କରିଛନ୍ତି। ଏଣୁ ତାଙ୍କ ସ୍ଥାନ ବରୁଣ ନେଇ ପାରନ୍ତି। ବରୁଣଙ୍କୁ ତୃତୀୟ ଟ୍ବେଣ୍ଟି-୨୦ରେ ବିଶ୍ରାମ ମିଳିଥିଲା। ସେ ମଧ୍ୟ ଦୁଇଟି ମ୍ୟାଚ୍‌ ଖେଳି ତିନିଟି ୱିକେଟ୍ ନେଇଛନ୍ତି। ତୃତୀୟ ମ୍ୟାଚ୍‌ ଖେଳିଥିବା ରବି ବିଷ୍ଣୋଇ ମାତ୍ର ୧୮ ରନ୍‌ ଦେଇ ୨ ୱିକେଟ୍ ନେଇଛନ୍ତି।

 

Leave A Reply

Your email address will not be published.