ଟି୨୦ ବିଶ୍ୱକପ: କିଏ ହେବ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ, ଆଇସିସି ଜାରୀ କଲା ଶର୍ଟଲିଷ୍ଟ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଫାଇନାଲ ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଇତି ମଧ୍ୟରେ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ କେଉଁ ଖେଳାଳି ହେବ ତାର ଶର୍ଟଲିଷ୍ଟ ଜାରୀ କରିଛି । ଭାରତରେ ଜଣେ ମାତ୍ର ଖେଳାଳି ଏଥିରେ ରହିଛନ୍ତି । ସେମାନେ ହେଲେ ସଞ୍ଜୁ ସାମସନ, ୱିଲ ଜ୍ୟାକ୍ସ, ଶାହେବଜାଦ ଫରହାନ, ଲୁଙ୍କି ନିଗିଡି, ଆଇଡେନ ମାର୍କରାମ, ରଚୀନ ରବୀନ୍ଦ୍ର, ଶେଡଲୀ ଭ୍ୟାନ ସ୍କେଲୱାକ ଓ ଟିମ ସେଇଫର୍ଟ । ସଞ୍ଜୁ ୪ଟି ମ୍ୟାଚରେ ୨୩୨ ରନ ସଂଗ୍ରହ କରିଛନ୍ତି । ସେ ୭୭.୩୩ ଆଭରେଜରେ ରନ ସଂଗ୍ରହ କରିଛନ୍ତି । ଇଂଲଣ୍ଡର ୱିଲ ଜ୍ୟାକ୍ସ ଚମତ୍କାର ପ୍ରଦର୍ଶନ କରି ୪ ଥର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ୧୭୬ ଷ୍ଟ୍ରାଇକ ରେଟରେ ସେ ୨୨୬ ରନ କରିଛନ୍ତି । ଇଟାଲୀ ଏବଂ ଶ୍ରୀଲଙ୍କା ବିପକ୍ଷରେ ସେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ ।

ପାକିସ୍ତାନର ଫରହାନ ୬ଟି ଇନିଂସରେ ୩୮୩ ରନ କରିଛନ୍ତି । ଗୋଟିଏ ବିଶ୍ୱକପରେ ସେ ପ୍ରଥମ ଖେଳାଳି ଭାବେ ୨ଟି ଶତକ ହାସଲ କରିଛନ୍ତି । ଦକ୍ଷିଣ ଆଫ୍ରିକାର ଲୁଙ୍ଗି ନିଗିଡି ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି । ସେ କାନାଡା, ଆଫଗାନିସ୍ତାନରେ ଯଥାକ୍ରମେ ୪ଟି ଓ ୩ଟି ୱିକେଟ ନେଇଥିଲେ । ୱେଷ୍ଟଇଣ୍ଡିଜ ବିପକ୍ଷରେ ମଧ୍ୟ ସେ ୩ଟି ୱିକେଟ ହାସଲ କରିଥିଲେ । ଦକ୍ଷିଣ ଆଫ୍ରିକାର ଆଇଡେନ ମାର୍କରାମ ନ୍ୟୁଜିଲାଣ୍ଡ ବିପକ୍ଷରେ ୮୬ ଓ ୱେଷ୍ଟଇଣ୍ଡିଜ ବିରୋଧରେ ୮୬ ରନ କରି ଦଳକୁ ବିଜୟୀ କରାଇଥିଲେ । ନ୍ୟୁଜିଲାଣ୍ଡର ରଚୀନ ରବୀନ୍ଦ୍ର ଦଳ ପାଇଁ ଆବଶ୍ୟକ ଅଲରାଉଣ୍ଡ ପ୍ରଦର୍ଶନ କରିଛନ୍ତି । ଭ୍ୟାନ ସ୍କେଲୱାକ ଓ ସେଇଫର୍ଟ ମଧ୍ୟ ବିଶ୍ୱକପରେ ଭଲ ପ୍ରଦର୍ଶନ କରିଛନ୍ତି ।

Leave A Reply

Your email address will not be published.