ବିଜେଡି ଓ କଂଗ୍ରେସ ମେଣ୍ଟ କରିବା ଏକ ହତାଶାର ମେଣ୍ଟ: ଅନିଲ ବିଶ୍ୱାଳ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ (ବିଜେଡି) ଏବଂ କଂଗ୍ରେସ ମଧ୍ୟରେ ରାଜନୈତିକ ‘ବିବାହ’ ବିଷୟରେ ଉଲ୍ଲେଖ କରି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଅନଲାଇନରେ ଏବେ ଜୋରଦାର ଆଲୋଚନା ଆରମ୍ଭ ହୋଇଛି। ରାଜ୍ୟସଭା ପାଇଁ ଦୁଇ ଦଳ ମିଳିତ ପ୍ରାର୍ଥୀ ଦେବାର ସମ୍ଭାବନା ବିଷୟରେ କଳ୍ପନାଜଳ୍ପନା ମଧ୍ୟରେ ଏହି ପୋଷ୍ଟ କରାଯାଇଛି।

ରାଜ୍ୟରେ ବିଜେଡି ଓ କଂଗ୍ରେସ ମେଣ୍ଟ କରିବା ଏକ ହତାଶାର ମେଣ୍ଟ । ଏନେଇ ସୋସିଆଲ ମିଡିଆରେ ପାଷ୍ଟ କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ । କହିଛନ୍ତି, କଂଗ୍ରେସକୁ ବିରୋଧ କରି ଗଠିତ ବିଜେଡି ଏବେ କଂଗ୍ରେସ ସହ ହାତ ମିଳାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତ ଦାସ ଏକାଠି ରହୁଛନ୍ତି । ଦୀର୍ଘ ଦିନ ହେବ ନବୀନ ପଟ୍ଟନାୟକଙ୍କୁ ଭକ୍ତ ଦାସ ସମାଲୋଚନା କରି ଆସୁଥିଲେ । ଏବେ ରାଜନୀତିର ବିଡମ୍ବନା । ରାଜନୈତିର ଅସ୍ପୃଶ୍ୟତାରୁ ବାହାରି ଦୁହେଁ ନିକଟତର । ଏ ପରିବର୍ତ୍ତନ କପଟପୂର୍ଣ୍ଣ ଓ ସୁଯୋଗବାଦରେ ପରିପୂର୍ଣ୍ଣ କହିଲେ ଅନିଲ ବିଶ୍ୱାଳ ।

ବିଶ୍ୱାଳ ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଏକ ପ୍ରତୀକାତ୍ମକ ବିବାହକୁ ଦର୍ଶାଇ ଏକ ‘ପବିତ୍ର ବିବାହ’ ନିମନ୍ତ୍ରଣ କାର୍ଡ ସଦୃଶ ଏକ ଗ୍ରାଫିକ୍ ସେୟାର କରିଥିଲେ ଏବଂ ଏହା ସହିତ ଦୁଇ ଦଳ ମଧ୍ୟରେ ରିପୋର୍ଟ ହୋଇଥିବା ରାଜନୈତିକ ବୁଝାମଣାକୁ ସମାଲୋଚନା କରୁଥିବା ମନ୍ତବ୍ୟ ଦେଇଥିଲେ।

Leave A Reply

Your email address will not be published.