ବନ୍ଧୁତ୍ୱ ନିଭେଇଛି ଇରାନ, ଭାରତ ଉପରୁ ଟଳିବ ସଂକଟ

ନୂଆଦିଲ୍ଲୀ: ଭାରତକୁ ନିଜର ବନ୍ଧୁ କହିଲା ଇରାନ

ବନ୍ଧୁତ୍ୱ ବି ନିଭେଇଲା

ହରମୁଜ୍ ଦେଇ ପାର ହେଉଛି ଭାରତୀୟ ଜାହାଜ

ଚୁପଚାପ୍ ଛିଡ଼ା ହୋଇଛି ଯୁଦ୍ଧପୋତ

ଦେଶରେ ଗ୍ୟାସ୍ ତେଲ ସଙ୍କଟ ମଧ୍ୟରେ ଇରାନରୁ ସାନ୍ତ୍ୱନାଦାୟକ ଖବର ଆସୁଛି। ସୁରକ୍ଷିତ ଭାବରେ ହରମୁଜ୍ ଦେଇ ପାର ହେଉଛି ଭାରତୀୟ ଜାହାଜ। ପଶ୍ଚିମ ଏସିଆରେ ସଙ୍କଟ ମଧ୍ୟରେ, ଇରାନ ଭାରତକୁ ହର୍ମୁଜ୍ ପ୍ରଣାଳୀ ଦେଇ ଦୁଇଟି ଭାରତୀୟ ପତାକାଯୁକ୍ତ ଏଲପିଜି ଟ୍ୟାଙ୍କର ପରିବହନ କରିବାକୁ ଅନୁମତି ଦେଇଛି। ଏହା ଗତ କିଛି ଦିନ ଧରି ଗ୍ୟାସ୍ ଅଭାବର ସମ୍ମୁଖୀନ ହେଉଥିବା ଦେଶକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଦେବ। ଅନୁମତି ପାଇବା ପରେ ଶିବାଲିକ୍ ନାମକ ଭାରତୀୟ ଟ୍ୟାଙ୍କର ପୂର୍ବରୁ ଷ୍ଟ୍ରେଟ ଛାଡିସାରିଛି। ଯାହା ଖୁବଶୀଘ୍ର ଭାରତରେ ପହଞ୍ଚିବ।

ଇରାନ-ଆମେରିକା-ଇସ୍ରାଏଲ ବିବାଦ ଯୋଗୁଁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବେ ଉଚ୍ଚ ସ୍ତରରେ ଅଛି, ଯାହା ବିଶ୍ୱରେ ଇନ୍ଧନ ସଙ୍କଟ ସୃଷ୍ଟି କରୁଛି। ଭାରତ ସମେତ ଅନେକ ଦେଶକୁ ଇନ୍ଧନ ଯୋଗାଣ ଉପସାଗରର ଏକ ସଂକୀର୍ଣ୍ଣ ଜଳପଥ ହର୍ମୁଜ୍ ପ୍ରଣାଳୀ ଦେଇ ପଠାଯାଏ, ଯାହା ଉପରେ ଇରାନ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଛି। ଇରାନ ଏହି ରାସ୍ତା ଦେଇ ଯାଉଥିବା ଆମେରିକୀୟ ଜାହାଜ ଉପରେ ଆକ୍ରମଣ କରିଆସୁଛି। ତଥାପି, ଇରାନ ଭାରତ ସମେତ ଅନେକ ବନ୍ଧୁ ଦେଶକୁ ସହାୟତା ପ୍ରଦାନ କରିଛି ଏବଂ ସେମାନଙ୍କ ଜାହାଜର ସୁରକ୍ଷିତ ପଥ ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତି ଦେଇଛି।

ଭାରତରେ ଇରାନର ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ସ୍ପଷ୍ଟ ଭାବରେ କହିଛନ୍ତି ଯେ ଭାରତୀୟ ଜାହାଜ କୌଣସି ଭୟ କିମ୍ବା ବିପଦ ବିନା ହର୍ମୁଜ୍ ପ୍ରଣାଳୀ ଦେଇ ଯାଇପାରିବେ। ସେ କହିଛନ୍ତି, “ହଁ, କାରଣ ଭାରତ ଆମର ବନ୍ଧୁ।” ଆପଣ ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହା ଘଟିବାର ଦେଖିବେ’। ଯାହା ଏବେ ଭାରତରୁ ଗ୍ୟାସ୍ ଏବଂ ତେଲ ସଂକଟ ଦୂର କରିବା ବୋଲି ଆଶା କରାଯାଉଛି।

ତେବେ ଭାରତ ଏହାର ଅଶୋଧିତ ତୈଳ ଆବଶ୍ୟକତାର ୮୫% ହରମୁଜ୍ ପ୍ରଣାଳୀ ଦେଇ ଆମଦାନୀ କରେ । ଆଉ ଏବେ ଆମେରିକା-ଇରାନ ବିବାଦ ହର୍ମୁଜ୍ ପ୍ରଣାଳୀକୁ ଯୁଦ୍ଧର ଏକ ହଟସ୍ପଟରେ ପରିଣତ କରିଛି। ଏହି ସଂକୀର୍ଣ୍ଣ, ପ୍ରାୟ ୩୦ କିଲୋମିଟର ବ୍ୟାପୀ ଜଳପଥ ବିଶ୍ୱର ତୈଳ ଏବଂ ଗ୍ୟାସ ବାଣିଜ୍ୟର ୨୦ % ବହନ କରେ। ଇରାନୀ ନୌସେନା କାର୍ଯ୍ୟକଳାପ ଏବଂ ଖଣି ଟ୍ୟାଙ୍କର୍ ଅବରୋଧ କରିଛି, ଯାହା ଦେଶରେ ଏଲପିଜି ସଙ୍କଟ ସୃଷ୍ଟି କରିଛି। ଦିଲ୍ଲୀରୁ ପଲ୍ଲୀ ସବୁଠି ଏଲପିଜି ସଂକଟ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି। ତଥାପି ଇରାନୀ ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଆଶ୍ୱାସନା ଦେଇଛନ୍ତି ଯେ ଭାରତୀୟ ଜାହାଜଗୁଡ଼ିକ କୌଣସି ବିପଦ ବିନା ହରମୁଜ୍ ପ୍ରଣାଳୀ ଦେଇ ପାର କରିପାରିବେ। ଯାହା ଇରାନ ଏବଂ ଭାରତ ମଧ୍ୟରେ ଥିବା ମଜବୁତ୍ ସମ୍ପର୍କକୁ ପ୍ରତିଫଳିତ କରେ।

ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ସମ୍ପ୍ରତି ଆଲୋଚନା କରିଥିଲେ। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ଇରାନର ଏହି ବୟାନକୁ ଏକ କୂଟନୈତିକ ବିଜୟ ଭାବରେ ଦେଖାଯାଉଛି। ଯାହାଦ୍ଵାରା ହରମୁଜ୍ ଦେଇ ଏକ ସୁରକ୍ଷିତ ପଥ ଗୁଜରାନ ଏଲପିଜି ଏବଂ ତୈଳ ଆମଦାନିକୁ ପୁନରୁଦ୍ଧାର କରିପାରିବ।

Leave A Reply

Your email address will not be published.