ଗୋପାଳପୁରରେ ହେବ ଗ୍ରୀନ ହାଇଡ୍ରୋଜେନ୍ ଓ ଗ୍ରୀନ ଆମୋନିଆ ପ୍ଲାଣ୍ଟ

ଗୋପାଳପୁରରେ ହେବ ଓଡ଼ିଶାର ପ୍ରଥମ ଗ୍ରୀନ ହାଇଡ୍ରୋଜେନ୍ ଓ ଗ୍ରୀନ ଆମୋନିଆ ପ୍ଲାଣ୍ଟ। ଟାଟା ଷ୍ଟିଲ୍ ସ୍ପେସାଲ ଇକୋନମିକ ଜୋନ୍ ଶିଳ୍ପ ପାର୍କରେ ଏହି ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଦେଶର ଅଗ୍ରଣୀ ଅକ୍ଷୟ ଶକ୍ତି କମ୍ପାନୀ ACME ଗ୍ରୁପ୍।

ଏଥିଲାଗି ଭୁବନେଶ୍ୱରରେ ଉଭୟ କମ୍ପାନୀ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। MOU ମୁତାବକ ACME କ୍ଲିନ୍ ଏନର୍ଜି ଟାଟା ଷ୍ଟିଲ ଏସଇଜେଡରେ ୩୪୩ ଏକର ଜମି ଉପରେ ସ୍ଥାପନ ହେବ ଏହି ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ।

୧.୩ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ୫୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ ACME ଏନର୍ଜି। ଦୁଇରୁ ଅଢେଇ ବର୍ଷ ମଧ୍ୟରେ ପ୍ଲାଣ୍ଟରୁ ଉତ୍ପାଦନ ଆରମ୍ଭ ହେବ ବୋଲି କଂପାନି ପକ୍ଷରୁ ସୂଚନା ଦିଆଯାଇଛି। ଦୁଇରୁ ଅଢେଇ ବର୍ଷ ମଧ୍ୟରେ ପ୍ଲାଣ୍ଟରୁ ଉତ୍ପାଦନ ଆରମ୍ଭ ହେବ ବୋଲି କଂପାନି ପକ୍ଷରୁ ସୂଚନା ଦିଆଯାଇଛି।

ଟାଟା ଷ୍ଟିଲ ଏସଇଜେଡ୍ ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାୟକ କହିଛନ୍ତି , ACME ଗ୍ରୁପ୍ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିବାରୁ ମୁଁ ଖୁସି ଅନୁଭବ କରୁଛି। ସେମାନେ ୩୪୩ ଏକର ଜାଗା ଉପରେ ତାଙ୍କ କମ୍ପାନୀ ବସାଇବେ। ୨ରୁ ଅଢ଼େଇ ବର୍ଷ ଭିତରେ ପ୍ଲାଣ୍ଟରୁ ଉତ୍ପାଦନ ଆରମ୍ଭ ହେବ। ଏହି କମ୍ପାନୀ ହେବା ଦ୍ୱାରା ସେହି ଅଞ୍ଚଳରେ ଉନ୍ନତି ହେବ ଓ କିଛି ଲୋକଙ୍କୁ ନିଯୁକ୍ତି ମିଳିବ।

Leave A Reply

Your email address will not be published.