ଆସନ୍ତାକାଲି ୫୧ ହଜାର ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରୋଜଗାର ମେଳା ମାଧ୍ୟମରେ ଆସନ୍ତାକାଲି ଅର୍ଥାତ ୨୬ ସେପ୍ଟେମ୍ବର ୨୦୨୩ ପୂର୍ବାହ୍ନ ୧୦.୧୫ ସମୟରେ ଦିଲ୍ଲୀଠାରେ ଆୟୋଜିତ ଏକ ରୋଜଗାର ମେଳା କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ l ପାଖାପାଖି ୫୧,୦୦୦ ପିଲାଙ୍କୁ କାଲି ନିଯୁକ୍ତି ପତ୍ର ବଣ୍ଟନ କରାଯିବ l

ସାରା ଦେଶର ୪୬ଟି ସ୍ଥାନରେ ଏହି ରୋଜଗାର ମେଳା ଅନୁଷ୍ଠିତ ହେବ । ଦେଶବ୍ୟାପୀ ଚୟନ ହୋଇଥିବା ନବନିଯୁକ୍ତ କର୍ମଚାରୀମାନେ ଡାକ ବିଭାଗ, ଭାରତୀୟ ଅଡିଟ୍ ଏବଂ ଆକାଉଣ୍ଟସ୍‍ ବିଭାଗ, ଆଣବିକ ଶକ୍ତି ବିଭାଗ, ରାଜସ୍ୱ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗରେ ସରକାରଙ୍କ ସହ ଯୋଗ ଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତମାନଙ୍କୁ ସମ୍ବୋଧିତ କରିବେ ।

ଏହା ପୂର୍ବରୁ ଗତମାସ ଅର୍ଥାତ ଅଗଷ୍ଟ ୨୮ ତାରିଖରେ ମଧ୍ୟ ରୋଜଗାର ମେଳା ଆୟୋଜିତ ହୋଇଥିଲା l ସେଥର ମଧ୍ୟ ପାଖାପାଖି ୫୧ ନବନିଯୁକ୍ତଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତି ପାତ୍ର ବଣ୍ଟନ କରିଥିଲେ l

Leave A Reply

Your email address will not be published.