ଶୁଭାରମ୍ଭ ହେଲା ମିଶନ ଶକ୍ତି ସ୍କୁଟର

ଭୁବନେଶ୍ୱର:ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ମିଶନ ଶକ୍ତି ସ୍କୁଟର ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ୧୫ ହଜାର ମା’ଙ୍କୁ ପ୍ରଦାନ କରାଯାଇଛି ସ୍କୁଟି । ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଅନେକ ପଦକ୍ଷେପ ମଧ୍ୟରୁ ଏହି ଯୋଜନା ଗୋଟିଏ ଯାହା ଦ୍ୱାରା ମହିଳାମାନେ ଉପକୃତ ହୋଇପାରିବେ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି, ଓଡ଼ିଶା ପାଇଁ ମା‘ମାନେ ଆଣିଛନ୍ତି ନୂଆ ଗତି, ଶକ୍ତି ଓ ପ୍ରଗତୀ । ମା’ମାନେ ଭଲ କାମ କରୁଚନ୍ତି । ଏବେ ୧୫ ହଜାର ମା’ଙ୍କୁ ସ୍କୁଟି ଦିଆ ଯାଇଛି । ଆଗାମୀ ଦିନରେ ୨ ଲକ୍ଷ  ମା’ ସ୍କୁଟର ପାଇବେ ।

ଏହି କାର୍ଯ୍ୟକ୍ରମରେ ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଯୋଗ ଦେଇ କହିଛନ୍ତି, ୨୦୦୧ ମସିହାରେ ଆରମ୍ଭ ହୋଇଥିଲା ଏହି ମିଶନ ଶକ୍ତି କାର୍ଯ୍ୟକ୍ରମ ।  ଗତି ହିଁ ଶକ୍ତିକୁ ବଢାଇବ । ଆଶା, ସମ୍ମାନ, ଦକ୍ଷତା ଓ ପରିଚୟର ପ୍ରତୀକ ଏହି ସ୍କୁଟର ମା’ମାନଙ୍କ ପ୍ରଗତିର ପ୍ରତୀକ ।

ସୁଜାତା କାର୍ତ୍ତିକେୟନ କହିଛନ୍ତି, ୩୩୮ ବ୍ଲକ ଫେଡେରେସନକୁ ଗାଡ଼ି ଦିଆଯିବ । ପଞ୍ଚାୟତ ଫେଡେରେସନ ପାଇଁ ଅଫିସ କମ୍ପ୍ଲେକ୍ସ ଓ ମାର୍କେଟ ବିଲ୍ଡିଂ ପାଇଁ ପ୍ରତି ପଞ୍ଚାୟତକୁ ୩୦ ଲକ୍ଷ ଲେଖାଏଁ ଟଙ୍କା ଦିଆଯାଇଛି । ୨ ଲକ୍ଷ ଗ୍ରୁପକୁ ୧୫୦ କୋଟିର ସୁଧ ଫେରସ୍ତ କରାଯାଇଛି ।

Leave A Reply

Your email address will not be published.