ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଗୁରୁବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣି ବଳୟଟି କାଳକ୍ରମେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଉତ୍ତରପଶ୍ଚିମକୁ ଗତି କରି ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ୨୦ ତାରିଖ ସୁଦ୍ଧା ଲଘୁଚାପର ରୂପ ନେବାର ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର (ଆଇଏମଡି)ଙ୍କ ପକ୍ଷରୁ ସୂଚନା ମିଳିଛି।

ଯାହାର ପ୍ରଭାବରେ  ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ଏହା କ୍ରମଶଃ ଆନ୍ଧ୍ର-ତାମିଲନାଡୁ ଆଡକୁ ଗତି କରିବ । ୨୦ ତାରିଖରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହା ପୂଜାକୁ ଫିକା କରିବାର ଆଶଙ୍କା କରାଯାଉଛି ।

୨୦ ତାରିଖରେ ମହାଷଷ୍ଠୀ , ୨୪ରେ ଦଶହରା ଏବଂ ୨୫ ତାରିଖରେ ଭସାଣ ରହିଛି । ତେଣୁ ଲଘୁଚାପ ଜନିତ ବର୍ଷା ଏଥର ପୂଜାକୁ ଫିକା କରିବାର ଆଶଙ୍କା ରହିଛି ।

Leave A Reply

Your email address will not be published.