୯ ବର୍ଷ ପରେ ଟି୨୦ ବିଶ୍ୱକପ୍‌ ଖେଳିବ ନେପାଳ

ନୂଆଦିଲ୍ଲୀ : ନେପାଳ କ୍ରିକେଟ ଟିମ୍‌ ଟି୨୦ ବିଶ୍ୱକପ୍‌ ଲାଗି ପୁଣିଥରେ ଯୋଗ୍ୟତା ହାସଲ କରିଛି। ଟିମ୍‌ ଦୀର୍ଘ ୯ ବର୍ଷ ପରେ ବିଶ୍ୱକପ୍‌ରେ ଖେଳୁଥିବା ନଜର ଆସିବ। ଏହାପୂର୍ବରୁ ନେପାଳ ଟିମ୍‌ ୨୦୧୪ରେ ବିଶ୍ୱକପ୍‌ ଲାଗି କ୍ୱାଲିଫାଏ କରିଥିଲା। ହେଲେ ସେଥିରେ ଦଳ ଖରାପ ପ୍ରଦର୍ଶନ କରି ଗ୍ରୁପ୍‌ ରାଉଣ୍ଡରୁ ବାଦ୍‌ ପଡ଼ିଥିଲା। ହେଲେ ଏଥର ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

ଓ୍ବେଷ୍ଟଇଣ୍ଡିଜ ଏବଂ ଆମେରିକାର ମିଳିତ ସଂଯୋଜନାରେ ୨୦୨୪ରେ ଟି୨୦ ବିଶ୍ୱକପ୍‌ ଆୟୋଜିତ ହେବ। ଏଥିରେ ମୋଟ ୨୦ ଟିମ୍‌ ଭାଗନେବେ। ଏଥିଲାଗି ନେପାଳ ଟିମ୍‌ ଯୋଗ୍ୟତା ଅର୍ଜନ କରିଛି।

Leave A Reply

Your email address will not be published.