ନିଜ ରଂଗକୁ ସମ୍ମାନ ଦେଇ ଫେସ କୁ ଦେଲେ ମେକ୍‌ଅପ୍‌

ନୂଆଦିଲ୍ଳୀ: ୨୦୨୩ ଶେଷ ହେବାକୁ ଆଉ ଅଳ୍ପ ଦିନ ବାକି ଅଛି। ଏଭଳି ପରିସ୍ଥିତିରେ ଆମେ ଜାଣିବାକୁ ଚାହୁଁଛୁ ଚଳିତ ବର୍ଷ ସୋସିଆଲ ମିଡିଆରେ କେଉଁ ଭିଡିଓ ଅଧିକ ଦେଖାଯାଇଥିଲା। ମେକଅପ୍ ସହିତ ଜଡିତ ଅନେକ ଭିଡିଓ ଇଣ୍ଟରନେଟରେ ଭାଇରାଲ୍‌ ହୋଇଛି। ମେକ୍‌ଅପ୍‌ ପୂର୍ବରୁ ଦେଖିଥିବା ଅଧିକାଂଶ ଚେହେରାକୁ ମେକ୍‌ଅପ୍‌ ପରେ ଚିହ୍ନି ହୋଇନଥାଏ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ‌ଯେ ୨୦୨୩ ମସିହାରେ ଏକ ମେକ୍‌ଅପ୍‌ ଭିଡିଓକୁ ସବୁଠାରୁ ଅଧିକ ଦେଖାଯାଇଛି। ସାଧାରଣତଃ ମେକ୍‌ଅପ୍‌ରେ ମହିଳାମାନେ ନିଜର ରଂଗକୁ ଆହୁରି ତୋଫା ଦେଖାଇବାକୁ ଚେଷ୍ଟା କରନ୍ତି। ମାତ୍ର ଆମେ ଯେଉଁ ମେକ୍‌ଅପ୍‌ ଭିିଡିଓ କଥା କହୁଛୁ, ସେଥିରେ ମହିଳା ଜଣକ ନିଜ ରଂଗକୁ ବେଶ୍‌ ସମ୍ମାନ ଦେଇ ମେକ୍‌ଅପ୍‌ କରିଛନ୍ତି। ‌ସେ ଆଦୌ ବି ଗୋରା ରଂଗ ପାଇବାକୁ ଚେଷ୍ଟା କରିନାହାନ୍ତି। ବରଂ ତାଙ୍କ କଳା ରଂଗକୁ ଅତୁଟ ରଖି ସେ ନିଜ ମୁହଁକୁ ମେକ୍‌ଅବ୍‌ ଦେଇଛନ୍ତି।

https://www.instagram.com/reel/CpiI-QcguEX/?utm_source=ig_web_copy_link

ଏହି ଭିଡିଓଟିକୁ ସୋସିଆଲ୍‌ ମିଡିଆରେ ଖୁବ୍ ଗ୍ରହଣୀୟତା ମିଳିବାରେ ଲାଗିଛି। ଟିକ୍‌ଟକ୍‌ରେ ଏହି ଭିଡିଓକୁ ସର୍ବାଧିକ ଦେଖାଯାଇଛି। ତଥ୍ୟ ଅନୁଯାୟୀ, ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍ସର ତଥା ମଡେଲ ନୟାଡୋଲି ଡେଙ୍ଗଙ୍କ ଏହି ମେକଅପ୍ ପ୍ରଥମ ସ୍ଥାନ ଅଧିକାର କରିଛି।

ତେବେ ମଡେଲ୍‌ ଜଣକ ନିଜ ମୁହଁରେ ଲଗାଇଥିବା ଉତ୍ପାଦଗୁଡ଼ିକର ବ୍ରାଣ୍ଡ୍‌ ନାମକୁ ତାଙ୍କ କ୍ୟାପ୍‌ସନ୍‌‌ରେ ଦେଇଛନ୍ତି। ଭିଡିଓକୁ ପ୍ରଥମେ ଦେଖିବା ପରେ ଲୋକମାନେ ଭାବିଥିଲେ ହୁଏତ ମଡେଲ୍‌ ତାଙ୍କ ରଂଗକୁ ବଦଳାଇବା ପାଇଁ କିଛି କ୍ରିମ୍‌ ବ୍ୟବହାର କରିବେ। ମାତ୍ର ସେପରି କିଛି ବି ସେ କଲେ ନାହିଁ; ଯାହାକୁ ପ୍ରଶଂସକଙ୍କ ମନକୁ ଛୁଇଁଯାଇଛି।

Leave A Reply

Your email address will not be published.