ଟ୍ରେନରେ ନିର୍ମାଣ ହେବ ବେବି ବାର୍ଥ; କିପରି ମିଳିବ ସୁବିଧା ?

ଟ୍ରେନରେ ଯାତ୍ରା ସମୟରେ ଏଣିକି ମା’ ଏବଂ ଶିଶୁଙ୍କ ଯାତ୍ରା ପୂର୍ବାପେକ୍ଷା ଅଧିକ ଆରାମଦାୟକ ହେବ। କାରଣ ଭାରତୀୟ ରେଳବାଇ ଆଗାମୀ ଦିନରେ ୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଅଲଗା ବେବି ବର୍ଥ ନିର୍ମାଣ କରିବାକୁ ଯାଉଛି। ଯୋଜନାନୁଯାୟୀ, ଟ୍ରେନରେ ବେବି ବର୍ଥର ଦ୍ୱିତୀୟ ପରୀକ୍ଷା ଆରମ୍ଭ କରାଯିବ।

ଏହାର ସଫଳତା ପରେ ସମସ୍ତ ଟ୍ରେନରେ ବେବି ବର୍ଥ ରଖାଯିବ। ପୂର୍ବରୁ ଟ୍ରେନରେ ବେବି ବର୍ଥ ସୁବିଧା ଆରମ୍ଭ କରାଯାଇଥିଲା। ପ୍ରଥମେ ଏହାର ପରୀକ୍ଷା ୮ ମେ’ ୨୦୨୨ରେ ଲକ୍ଷ୍ନୌ ମେଲ୍‌ରୁ ଆରମ୍ଭ କରାଯାଇଥିଲା। ପିଲାମାନଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ପ୍ରସ୍ତୁତ ଏହି ନୂତନ ଡିଜାଇନ ପୂର୍ବ ଅପେକ୍ଷା ଅଧିକ ଆରାମଦାୟକ ଏବଂ ନିରାପଦ ରହିବ। ମଧ୍ୟପ୍ରଦେଶର ରାଜ୍ୟସଭା ଏମପି ତଥା ବିଜେପି ନେତା ଡ. ସୁମେର ସିଂ ସୋଲାଙ୍କି କହିଛନ୍ତି. ବେବି ବର୍ଥର ଡିଜାଇନରେ ପରିବର୍ତ୍ତନ ସମ୍ପର୍କରେ ସେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି। ସାକ୍ଷାତ ବେଳେ ସେ ରେଳ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେଯେ, ମା ଏବଂ ଶିଶୁଙ୍କ ପାଇଁ ଏକ ସାଧାରଣ ବର୍ଥରେ ଏକାଠି ଶୟନ କରିବାରେ ବହୁତ ସମସ୍ୟା ସୃଷ୍ଟି ହେଉଛି।

ଏଭଳି ପରିସ୍ଥିତିକୁ ନଜରରେ ରଖି ବେବି ବର୍ଥ ଡିଜାଇନ୍‌ରେ କିଛି ପରିବର୍ତ୍ତନ କରାଯିବା ଉଚିତ। ପ୍ରତ୍ୟେକ କୋଚ୍‌ରେ ପ୍ରତ୍ୟେକ ସିଟ ସହିତ ଏହି ନୂତନ ବେବି-ବର୍ଥ ସ୍ଥାପନ କରିବାର କୌଣସି ଆବଶ୍ୟକତା ରହିବନାହିଁ। ରେଳବାଇ ଏହି ବର୍ଥକୁ ଯାତ୍ରୀଙ୍କୁ ଆବଣ୍ଟନ କରିବ ଯିଏ ଟିକେଟ ବୁକିଂ କରିବା ସମୟରେ ଏହାକୁ ବୁକ୍‌ କରିବେ। ଯାତ୍ରୀମାନେ ପ୍ରତ୍ୟେକ ସିଟ୍‌ରେ ବେବି-ବର୍ଥ ସ୍ଥାପନ ପାଇଁ ଟିଟିଇ କିମ୍ବା ରେଳ କର୍ମଚାରୀଙ୍କ ସହ ଯୋଗାଯୋଗ କରିପାରିବେ।

Leave A Reply

Your email address will not be published.