ରାଜ୍ୟ ଶାସନ ଭାର ସମ୍ଭାଳି ଥିବା ବିଜୁ ଜନତା ଦଳ ଆଜି ୨୬ ବର୍ଷ ପୂରଣ କରିଛି। ଆଜି ଦଳ ତାର ୨୭ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଦଳର ଉପସଭାପତି ଦେବୀ ମିଶ୍ର କହିଛନ୍ତି, ଆମ ନେତା ନବୀନ ପଟ୍ଟନାୟକ ଓଡିଶା ଲୋକଙ୍କ ସେବା ପାଇଁ ନିଜ ଜୀବନ ଉତ୍ସର୍ଗ କରିଛନ୍ତି ଓ ସୁଶାସନ ଯୋଗାଇ ଦେଇଛନ୍ତି। ରାଜ୍ୟ ପାଇଁ ସମସ୍ତ ବିକାଶମୂଳକ କାର୍ଯ୍ୟ ପଛରେ ତାଙ୍କ ଉଦ୍ୟମ ଓ ପ୍ରେରଣା ରହିଛି ବୋଲି ସେ କହିଛନ୍ତି।

ଆଜି ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ସଭାପତି ନବୀନ ପଟ୍ଟନାୟକ, ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମହିଳା, ଚାଷୀ, ଯୁବଗୋଷ୍ଠୀଙ୍କ କଲ୍ୟାଣ ସହ ଆଧୁନିକ ଓଡ଼ିଶା ଗଠନ ଦିଗରେ ବିଜୁ ବାବୁଙ୍କ ଅବଦାନକୁ ଏହି ଅବସରରେ ସେ ମନେ ପକାଇଛନ୍ତି। ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଜନସେବାରେ ବିଜେଡି ୨୬ ବର୍ଷ ପୂରଣ କରିଛି ବୋଲି କହିଛନ୍ତି। ଏକ ହୋଇ କାମ କରିବା ଓ ନୂଆ ଓଡ଼ିଶା ଗଠନରେ ଭାଗିଦାର ହେବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି।

Leave A Reply

Your email address will not be published.