ସଡକ ସୁରକ୍ଷା ସପ୍ତାହ: ସଚେତନତା ପାଇଁ ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଫୁଲବାଣୀ:ଅଦ୍ୟାବଧି ଆମ ଦେଶରେ ୨୦୨୨ ମସିହାରେ ୧,୬୮,୪୯୧ ଲୋକଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଆମ ରାଜ୍ୟରେ ୫୪୬୭ ଲୋକଙ୍କର ମଧ୍ୟ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାର ପରିମାଣ ବା ସଂଖ୍ୟାକୁ କମାଇବା ପାଇଁ ଓଡିଶା ସରକାରଙ୍କ ପରିବହନ ବିଭାଗର ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଜାନୁଆରୀ ୦୧ ତାରିଖରୁ ୦୭ ତାରିଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ସପ୍ତାହ ପାଳନ ହେଉଛି।

ସେହିପାରି କନ୍ଧମାଳ ଜିଲାରେ ମଧ୍ୟ ବିଭିନ୍ନ ସ୍ଥାନରେ ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଂଚଳିକ ପରିବହନ ପ୍ରାଧିକରଣ କନ୍ଧମାଳ ଙ୍କ ସହାୟତା ରେ ସ୍ୱେଚ୍ଛାସେବି ଅନୁଷ୍ଠାନ ସ୍ୱାତୀ ମାଧ୍ୟମରେ ଗୋଚ୍ଛାପଡ଼ା ଠାରେ ଶୁଭାରମ୍ଭ ହୋଇଛି। ଆଂଚଳିକ ପରିବହନ ଅଧିକାରି ଶିଶିର କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବାଲୁଙ୍କେଶ୍ୱର ଦଣ୍ଡବୀଣାକାର କମିଟି କାଶିନିପଦର ର ବିଣାକାର କାଶ୍ୟପ ଖମାରି ଙ୍କ ଦ୍ୱାରା ଗୋଚ୍ଛାପଡା ବଜାରରେ ଲୋକ ନୃତ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସଚେତନତା କରାଯାଇଛି। ଏବର୍ଷର ବାର୍ତ୍ତା ସଡକ ସୁରକ୍ଷା ପରିବାର ରକ୍ଷା ସଂପର୍କରେ ମଧ୍ୟ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ।

ଏହିପରି ଭାବେ ଜିଲ୍ଲାର ଗୋଚ୍ଛାପଡା, ଫୁଲବାଣୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ , ଫିରିଙ୍ଗିଆ ବଜାର ଓ ବନ୍ଧଗଡ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଆଗାମି ଦିନରେ ବାଲିଗୁଡା, ତୁମୁଡିବନ୍ଧ, ଦାରିଙ୍ଗବାଡି, ଜି. ଉଦୟଗିରି, ଚକାପାଦ ଓ ଟିକାବାଲି ବ୍ଲକ୍ ର ୧୪ ଗୋଟି ସ୍ଥାନରେ ସଚେତନତା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ହେବ ବୋଲି ଅନୁଷ୍ଠାନ ତରଫରୁ କାର୍ଯ୍ୟକ୍ରମ ପରିଚାଳକ ବିଶ୍ୱରଞନ କର ସୂଚନା ଦେଇଥିଲେ। ନୃତ୍ୟଦଳରେ ମହୁରିଆ କିସ୍ତରା ଦିଗାଲ ଓ ଢୋଲିଆ କିରାନ୍ ଦିଗାଲ ସହଯୋଗ କରିଥିବା ବେଳେ ମାନସ ପ୍ରଧାନ ଓ ପ୍ରଦୀପ କହଁର ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.