ପ୍ଲେଷ୍ଟୋରରୁ ଏହି ଆପ୍ ଗୁଡିକୁ ଡିଲିଟ୍ କଲା ଗୁଗଲ୍

ନୂଆଦିଲ୍ଳୀ: ଭାରତରେ ବ୍ୟବହାର ହେଉଥିବା ଏକାଧିକ ମ୍ୟାଟ୍ରିମୋନିଆଲ ଆପକୁ ପ୍ଲେଷ୍ଟୋରରୁ ଡିଲେଟ କରିଛି ଗୁଗଲ୍। ଭାରତର ୧୦ଟି କମ୍ପାନୀର ଆପ୍ ଡିଲିଟ୍ କରିଛି ଗୁଗୁଲ ଯେଉଁଥିରେ ଭରତ ମ୍ୟାଟ୍ରିମୋନି ଭଳି କେତେକ ଲୋକପ୍ରିୟ ମ୍ୟାଟ୍ରିମୋନି ଆପ୍ ରହିଛି।

ଦେଶର ଆଣ୍ଟିଟ୍ରଷ୍ଟ କର୍ତ୍ତୃପକ୍ଷ ୧୫ରୁ ୩୦ ପ୍ରତିଶତ ଚାର୍ଜ କରିବାର ପୂର୍ବ ବ୍ୟବସ୍ଥାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ପ‌ରେ ଗୁଗୁଲକୁ ଆପ୍ ପେମେଣ୍ଟରେ ୧୧ ପ୍ରତିଶତରୁ ୨୬ ପ୍ରତିଶତ ଶୁଳ୍କ ଲାଗୁ କରିବା ନେଇ ରୋକିବା ପାଇଁ କେତେକ ଭାରତୀୟ ଷ୍ଟାର୍ଟଅପ ଚେଷ୍ଟା କରିଥିଲେ। ଭାରତୀୟ ଷ୍ଟାର୍ଟଅପର ଏପରି ଏକ ଉଦ୍ୟମକୁ ନେଇ ଏହି ବିବାଦ ସୃଷ୍ଟି ‌ହୋଇଥିଲା। ଯାହାପରେ ଗୁଗୁଲ୍‌ ଏବେ ଆପ୍‌ ହଟାଇବାକୁ ଉଚିତ ମଣିଛି। ଚଳିତବର୍ଷ ଜାନୁଆରି ଓ ଫେବ୍ରୁଆରେ ଦୁଇଟି କୋର୍ଟ ଗୁଗୁଲ୍‌କୁ ଦେୟ ଆଦାୟ କରିବାକୁ ନଚେତ ଆପ୍‌ ଅପସାରଣ କରିବାକୁ ଅନୁମତି ଦେବା ପରେ ଗୁଗୁଲ୍‌ ଏହି ନିଷ୍ପତ୍ତି ନେଇଛି।

ଗୁଗୁଲ୍‌ ତା’ର ପ୍ରଥମ ପର୍ଯ୍ୟୟରେ ମାଟ୍ରିମୋନି.କମ୍‌ର ଡେଟିଂ ଆପ୍‌ ଭାରତ ମାଟ୍ରିମୋନି, ଖ୍ରୀଷ୍ଟିୟାନ୍‌ ମାଟ୍ରିମୋନି, ମୁସ୍‌ଲିମ୍‌ ମାଟ୍ରିମୋନି ଏବଂ ଯୋଡ଼ି ଆଦି ଆପ୍‌କୁ ଶୁକ୍ରବାର ଡିଲିଟ୍‌ କରିଦେଇଛି।ଗୁଗୁଲ୍‌ର ଏହି ନିଷ୍ପତ୍ତି ପରେ ମାଟ୍ରିମୋନି.କମ୍‌ର ପ୍ରତିଷ୍ଠାତା ମୁରୁଗାଭେଲ୍‌ ଜନକିରମନ୍‌ ଏହାକୁ ଭାରତୀୟ ଇଣ୍ଟର୍‌ନେଟ୍‌ ଜଗତ ପାଇଁ ‘କଳା ଦିବସ’ ବୋଲି କହିଛନ୍ତି। ତାଙ୍କ କହିବା ମୁତାବକ, ତାଙ୍କ ଆପ୍‌ଗୁଡ଼ିକୁ ଗୋଟାଏ ପରେ ଗୋଟାଏ ଡିଲିଟ୍‌ କରି ଦିଆଯାଇଛି।

Leave A Reply

Your email address will not be published.