ବାହାରେ ଅଣ୍ଡା ଅଛି ହେଲେ ଭିତରେ କେଶର ନାହିଁ

ଆଜିକାଲି ପ୍ରତ୍ୟେକ ଜିନିଷରେ ଅସଲି ନକଲି ଦେଖିବାକୁ ମିଳୁଛି। ବିଶେଷ କରି ଖାଦ୍ୟ, ପାନୀୟରେ। ସ୍ବାସ୍ଥ୍ୟ ଉପରେ ଏହା କୁପ୍ରଭାବ ପଡ଼ିଥାଏ। ନକଲି କାରଣରୁ ସ୍ବାସ୍ଥ୍ୟକର ଜିନିଷ ମଧ୍ୟ ବିଷ ପାଲଟିଯାଏ। ଅଣ୍ଡାକୁ ପ୍ରୋଟିନର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ। କିନ୍ତୁ ଆଜିକାଲି ଲୋକମାନେ ସାମାନ୍ୟ କିଛି ଟଙ୍କା ପାଇଁ ନକଲି ଅଣ୍ଡା ବ୍ୟବସାୟ କରୁଛନ୍ତି।

https://www.instagram.com/reel/C1XIPdKJFEf/?utm_source=ig_web_button_share_sheet

ସାମାଜିକ ଗଣମାଧ୍ୟମରେ ଏବେ ଏକ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅଣ୍ଡା ଉପରୁ ସିଝା ହୋଇଥିବା ଦେଖାଯାଉଛି। କିନ୍ତୁ କାଟିବା ପରେ ଏହା କିଛି ଅଲଗା ଦେଖାଯାଉଛି। ବ୍ୟକ୍ତି ଜଣକ ଦୋକାନରୁ ଏକ ସିଝା ଅଣ୍ଡା ଆଣିଥିଲେ। କିନ୍ତୁ ଏହାକୁ ଛଡ଼ାଇ ଦେଖିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅଣ୍ଡା ଭିତରେ କେଶର ନଥିଲା।

ଅଣ୍ଡାଟି ସଂପୂର୍ଣ୍ଣ ନକଲି ଦେଖାଯାଉଥିଲା। ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ merajansari5938 ନାମକ ୟୁଜର ଶେୟାର କରିଛନ୍ତି। ଭିଡିଓକୁ ଏପର୍ଯ୍ୟନ୍ତ ୨ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି। ସେହିପରି ଅନେକ ଲୋକ ଏଥିରେ ନିଜ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

Leave A Reply

Your email address will not be published.