ଭୂସ୍ଖଳନରେ ଧୋଇ ହୋଇଗଲା ଭାରତ-ଚୀନ ସୀମାନ୍ତ ରାସ୍ତା

ନୂଆଦିଲ୍ଲୀ: ଅରୁଣାଞ୍ଚଳ ପ୍ରଦେଶରେ ବଡଧରଣର ଭୂସ୍ଖଳନ ହୋଇଛି। ଗତ କିଛି ଦିନ ହେବ ଏହି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିଲା। ଭୂସ୍ଫଳନ ଯୋଗୁଁ ଭାରତ-ଚୀନ୍‌ ସୀମାନ୍ତ ରାସ୍ତା ଧୋଇ ହୋଇଯାଇଛି।

ଚୀନ ସୀମାବର୍ତ୍ତୀ ଅଞ୍ଚଳ ଗୁଡିକ ସହ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଛି। ହୁନଲି ଏବଂ ଅନିନୀ ମଧ୍ୟରେ ଥିବା ଅନିନୀ ରାଜପଥରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ଘଟଣାରେ ଅରୁଣାଚଳ ପ୍ରଧାନମନ୍ତ୍ରୀ ପେମା ଖଣ୍ଡୁ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଅନ୍ୟପଟେ ଭୂସ୍ଫଳନକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏହି ଅଞ୍ଚଳ ପରିଦର୍ଶନ କରିବାକୁ ଆସୁଥିବା ଲୋକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି।

Leave A Reply

Your email address will not be published.