ଲୋକସଭାରେ ବିରୋଧୀ ଦଳ ନେତା ହେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତା ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ୟୁପିର ରାୟବରେଲି ସାଂସଦ ବିରୋଧୀ ଦଳର ନେତା ହୋଇଛନ୍ତି ବୋଲି କଂଗ୍ରେସ ନେତା କେ.ସି ଭେନୁଗୋପାଳ ସୂଚନା ଦେଇଛନ୍ତି।

କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ନେତା ଭାବେ ପ୍ରସ୍ତାବ ଦେଇଥିଲେ ଯାହାକୁ କାମଚଳା ବାଚସ୍ପତି ମୋହର ମାରିଛନ୍ତି।

ଶାସକ ବିଜେପି ନେତୃତ୍ୱାଧୀନ ଏନଡିଏକୁ ନେଇ ରାହୁଲ ଗାନ୍ଧୀ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି ଏବଂ ଲୋକସଭାରେ ବିରୋଧୀ ଦଳ ନେତା ଦାୟିତ୍ୱ ଗ୍ରହଣ କରିବେ।

୧୮ତମ ଲୋକସଭାରେ ବାଚସ୍ପତି ପଦକୁ ନେଇ ବିରୋଧୀ ଓ ଏନଡିଏ ମେଣ୍ଟ ମଧ୍ୟରେ ପ୍ରଥମ ବଡ଼ ଲଢ଼େଇ ହେବାର କିଛି ଘଣ୍ଟା ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.