କଟକ: ଜଳିଗଲା ମୋ ବସ୍ । କଟକ ସିଡିଏ ସେକ୍ଟର ୯ ରାସ୍ତାରେ ଯାଉଥିବା ସମୟରେ ହୁତୁ ହୁତୁ ହୋଇ ଜଳିଲା ମୋ ବସ । କିଛି ମୁହୂର୍ତ୍ତ ମଧ୍ୟରେ ପୂରା ନିଆଁରେ ଧ୍ବଂସ ହୋଇଯାଇଥିଲା ବସ୍।
ତେବେ ଏଥିରେ କାହାର କ୍ଷତି ହୋଇନଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ସେପଟେ ବସରେ କିପରି ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।