ନିଜ ପଦବୀରୁ ହଟିଲେ ୨ ଅବସର ପ୍ରାପ୍ତ ସରକାରୀ ଅଧିକାରୀ

ଭୁବନେଶ୍ବର: ନିଜ ପଦବୀରୁ ହଟିଲେ ୨ ଅବସର ପ୍ରାପ୍ତ ସରକାରୀ ଅଧିକାରୀ। ଅବସର ପରେ ମଧ୍ୟ ଏମାନେ ସରକାରୀ ପଦବୀରେ ଥିଲେ। ଆଜି ବିଧିବଦ୍ଧ ଭାବରେ ସେମାନଙ୍କୁ ତାଙ୍କ ପଦବୀରୁ ହଟାଇ ନୂତନ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଏହି ଦୁଇ ଅବସପ୍ରାପ୍ତ ସରକାରୀ ଅଧିକାରୀ ହେଉଛନ୍ତି ସୁଡା ପ୍ରକଳ୍ପ ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା ଓ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ।

ତେବେ ସେମାନଙ୍କୁ ତାଙ୍କ ପଦରୁ ହଟାଇ ସୁଡା ନିର୍ଦ୍ଦେଶକ ଭାବେ ସାରଦାଙ୍କ ସ୍ଥାନରେ ରବୀନ୍ଦ୍ର କୁମାର ସାହୁଙ୍କୁ ନିଯୁକ୍ତି ମିଳିଥିବା ବେଳେ ପୌର ନିର୍ଦ୍ଦେଶକ ଭବେ ସଂଗ୍ରାମଜିତ୍‌ ନାୟକଙ୍କ ସ୍ଥାନରେ ଦେବାଶିଷ ସିଂହଙ୍କୁ ନିଯୁକ୍ତି ମିଳିଛି।

Leave A Reply

Your email address will not be published.