କେଦାରନାଥରୁ ସୁନା ଗାଏବ ଅଭିଯୋଗ, ବର୍ଷିଲେ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ: ଭାରତର ପ୍ରାଚୀନ ଶୈବପୀଠ କେଦାରନାଥରୁ ସୁନା ଚୋରି ଅଭିଯୋଗ ଆଣିଛନ୍ତି ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବର ଆନନ୍ଦ।

କେଦାରନାଥରୁ ୨୨୮ କେଜି ସୁନା ଗାଏବ କରାଯାଇଛି ବୋଲି ଅଭିଯୋଗ ଲଗାଇଛନ୍ତି ସ୍ବାମୀ ଅଭିମୁକ୍ତେସ୍ବର ଆନନ୍ଦ । ଏଭଳି ବାଦବିବାଦ ମଧ୍ୟରେ ଦିଲ୍ଲୀରେ ଆଉ ଏକ କେଦାରନାଥ ନିର୍ମାଣ ହେବାକୁ ଯାଉଛି। ଯାହାକୁ ନେଇ ବର୍ଷିଛନ୍ତି ଶଙ୍କରାଚାର୍ଯ୍ୟ।

ସୁନା ଗାଏବ ଘଟଣାର ଯାଞ୍ଚ ହେଉ ନଥିବା ବେଳେ ଦିଲ୍ଲୀରେ ପୁଣି ଏକ କେଦାର ନାଥର ପରିକଳ୍ପନା କିପରି କରାଯାଉଛି। ଏହା କେବେବି ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ସେଠାରେ ହୋଇଥିବା ଘୋଟାଲା ପରେ ଏବେ ଦିଲ୍ଲୀରେ କେଦାରନାଥ ମନ୍ଦିର ନିର୍ମାଣ ହେବ। ତା’ପରେ ଏଠାରେ ମଧ୍ୟ ଏକ ଘୋଟାଲା ହେବ।

ତେବେ ଦିଲ୍ଲୀର ବୁରାଡୀରେ କେଦାରନାଥ ମନ୍ଦିର ନିର୍ମାଣକୁ ନେଇ ଦେଶର ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

Leave A Reply

Your email address will not be published.