ପୁଣି ଚର୍ଚ୍ଚାରେ ଟ୍ରେନି ଆଇଏଏସ୍‌ ପୂଜା, ବଦଳି ନିର୍ଦ୍ଦେଶ ଦେଇଥିବା ଜିଲ୍ଲାପାଳଙ୍କ ନାଁରେ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ: ପୁଣେ ଜିଲ୍ଲାପାଳ ସୁଭାଷ ଡିୱାସେଙ୍କ ନାଁରେ ଓଲଟା ନିର୍ଯାତନା ମାମଲା କରିଛନ୍ତି। ଜିଲ୍ଲାପାଳ ସୁଭାଷ ତାଙ୍କର ବଦଳି ନିର୍ଦ୍ଦେଶ ଦେଇଥିବାରୁ ପୂଜା ତାଙ୍କ ନାଁରେ ନିର୍ଯାତନା ମାମଲା କରିଥିବା ଚର୍ଚ୍ଚା ହେଉଛି।

୨୦୨୩ ବ୍ୟାଚ୍‌ର ମହାରାଷ୍ଟ୍ର କ୍ୟାଡର ଆଇଏଏସ୍‌ ପୂଜା ଜିଲ୍ଲାପାଳ ଅଫିସରେ ସ୍ୱତନ୍ତ୍ର ସୁବିଧା ଖୋଜୁଥିଲେ। ଗତ ସପ୍ତାହରେ ଜିଲ୍ଲାପାଳ ସୁଭାଷ ଡିୱାସେ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ପୂଜା କରୁଥିବା ଦାବି ସମ୍ପର୍କରେ ଅବଗତ କରାଇଥିଲେ। ଏହାପରେ ପଦବୀର ଦୂରୁପୋଯୋଗ ଅଭିଯୋଗରେ ତାଙ୍କୁ ୱାଶିମକୁ ବଦଳି କରା ଯାଇଥିଲା।

ତେବେ ମହାରାଷ୍ଟ୍ର ସରକାର ମଙ୍ଗଳବାର ପୂଜାଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବାତିଲ କରି ଜୁଲାଇ ୨୩ ସୁଦ୍ଧା ମସୁରୀ ଟ୍ରେନିଂ ଏକାଡେମୀରେ ଯୋଗ ଦେବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନା ଥାଉକି, ପୂଜା ଖେଡକର ପଛୁଆ ବର୍ଗ ପ୍ରମାଣ ପତ୍ର ପ୍ରସ୍ତୁତ କରିଥିବା ଅଭିଯୋଗ ରହିଛି । ଏପରିକି ସେ ମାନସିକ ରୋଗରେ ପୀଡ଼ିତ ଥିବା ନେଇ ମଧ୍ୟ ଏକ ନକଲି ସାର୍ଟିଫିକେଟ ଜମା କରିଛନ୍ତି । ଏହି ପ୍ରମାଣପତ୍ରର ଭେରିଫିକେସନ ପାଇଁ ତାଙ୍କୁ ୨୦୨୨ ଏପ୍ରିଲରେ ଦିଲ୍ଲୀ ଏମ୍ସ ଯିବାକୁ କୁହାଯାଇଥିଲା । ମାତ୍ର ସେ କୋରୋନା ମହାମାରୀର ବାହାନା ଦେଖାଇ ଯାଞ୍ଚ ଲାଗି ଏମ୍ସରେ ପହଞ୍ଚି ନଥିଲେ । ଏବେ ଏନେଇ ଅଭିଯୋଗ ହେବା ପରେ ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି । ଯଦି ସାର୍ଟିଫିକେଟ ଗୁଡ଼ିକ ନକଲି ବାହାରେ ତେବେ ସେ ଚାକିରିରୁ ବିଦା ହୋଇପାରନ୍ତି ।

Leave A Reply

Your email address will not be published.