ଦେଶରେ ବଢୁଛି ବେକାରୀ ସମସ୍ୟା, ୨୨ ଶହ ପଦବୀ ପାଇଁ ପହଞ୍ଚିଲେ ୨୫,୦୦୦ ଆଶାୟୀ

ଦେଶରେ ବଢୁଛି ବେକାରୀ ସମସ୍ୟା, ୨୨ ଶହ ପଦବୀ ପାଇଁ ୨୫,୦୦୦ ଆଶାୟୀ

ମୁମ୍ବାଇ: ଏୟାର ଇଣ୍ଡିଆ ବିମାନ ବନ୍ଦରରେ ଲୋଡର୍ ଚାକିରି ପାଇଁ ହଜାର ହଜାର ଆଶାୟୀ ପହଞ୍ଚିବା ପରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବଇର କାଲିନା ଅଞ୍ଚଳରେ। ଭିଡକୁ ଦେଖିଲେ ଜଣାଯାଉଛି ଯେ ଦେଶରେ ନିଯୁକ୍ତି ସମସ୍ୟା କିଭଳି ବଢିବାରେ ଲାଗିଛି।

ଦେଶର ବିଭିନ୍ନ ସ୍ଥାନରୁ ୨୫,୦୦୦ ଆଶାୟୀ ଆବେଦନ ପାଇଁ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହି ପଦବୀ ପାଇଁ ୨୨ରୁ ୨୫ ହଜାର ଟଙ୍କା ଦରମା ରହିଥିଲା। ଫର୍ମ କାଉଣ୍ଟର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଆବେଦନକାରୀ ପରସ୍ପର ସହିତ ଠେଲାପେଲା ହୋଇଥିଲେ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଏହି ପଦବୀ ପାଇଁ ଅତି ସାଧାରଣ ଯୋଗ୍ୟତା ଆବଶ୍ୟକ କରୁଥିବା ବେଳେ BBA, BA, Bcom ଗ୍ରାଜୁଏଟ ପିଲା ଆବେଦନ କରିଛନ୍ତି। ତେବେ ପ୍ରତ୍ୟେକ ବିମାନରେ ଜିନିଷ, କାର୍ଗୋ ଏବଂ ଖାଦ୍ୟ ସପ୍ଲାଏ କରିବା ପାଇଁ ଅତିକମରେ ୫ ଜଣ ଲୋଡରଙ୍କ ଆବଶ୍ୟକତା ପଡିଥାଏ ।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଗୁଜରାଟର ଭରୁଚ ଜିଲ୍ଲାର ଅକଳେଶ୍ୱରରେ ୪୦ ପଦବୀରେ ଓ୍ଵାକ୍‌-ଇନ୍‌-ଇଣ୍ଟଭ୍ୟୁ ପାଇଁ ପାଖାପାଖି ୮୦୦ ଲୋକ ଆସିଥିଲେ। ଠେଲାପେଲା ସ୍ଥିତି ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.