କାଉଡିଆଙ୍କ ମାର୍ଗରେ ଥିବା ସବୁ ଦୋକାନରେ ଲାଗିବ ନେମପ୍ଲେଟ୍

ହରିଦ୍ବାର: ଜୁଲାଇ ୨୨ରୁ ଶ୍ରାବଣ ମାସର ଆରମ୍ଭ । ମାସ ଆରମ୍ଭରୁ କାଉଡିଆଙ୍କ ଯାତ୍ରା ଆରମ୍ଭ ହୋଇଯିବ । ଏହାସହିତ ହରିଦ୍ବାରଙ୍କୁ ଛୁଟିବ କାଉଡିଆ ଭକ୍ତଙ୍କ ସୁଅ । ଯାହାକୁ ଦୃଷ୍ଟିରେ ରଖୁ କିଛି କଡା ନିର୍ଦ୍ଦେଶ ଦେଇଛନ୍ତି ୟୁପି ସରକାର । ୟୁପିର ଯୋଗୀ ସରକାର କାଉଡିଆ ଯିବା ମାର୍ଗରେ ଥିବା ସମସ୍ତ ସ୍ଥାୟୀ ଦୋକାନ- ଠେଲା ଦୋକାନକୁ ନିଜ ଦୋକନ ଆଗରେ ଇଚ୍ଛାକୃତ ଭାବେ ସ୍ବତନ୍ତ୍ର ନେମପ୍ଲେଟ୍ ଲଗାଇବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଯେଉଁ ନିର୍ଦ୍ଦେଶରେ କୁହାଯାଇଛି, ଯେ ସବୁ ଦୋକନ ଆଉ ଠେଲାରେ ଦୋକାନ ମାଲିକଙ୍କ ନାଁ ଲେଖାଥିବା ନେମପ୍ଲେଟ ଲାଗିବା ଦରକାର । ଯାହାଦ୍ବାରା କାଉଡିଆମାନେ ଜାଣିପାରିବେ କି ସେମାନେ କାହା ଦେକାନରୁ ସାମଗ୍ରୀ କିଣିଛନ୍ତି ।

ସେପଟେ ଏହାକୁ ନେଇ ତେଜିଲାଣି ବିବାଦ । ୟୁପି ସରକାରଙ୍କ ଏଭଳି ନିଷ୍ପତ୍ତି ଜର୍ମାନୀର ହିଟଲର ଶାସନ ବୋଲି କହି କେହି କେହି ସମାଲୋଚନା କଲେଣି । ଯାହାକୁ ନେଇ ୟୁପି ପୋଲିସ୍ କହିଛି, କୌଣସି ଧର୍ମୀୟ ଭେଦଭାବ ସୃଷ୍ଟି କରିବା ନିର୍ଦ୍ଦେଶନାମାର ଉଦ୍ଦେଶ୍ୟ ନ ଥିଲା। କେବଳ କାଉଡ଼ିଆମାନଙ୍କୁ ସହାୟତା ପାଇଁ ଏହା କରାଯାଇଥିଲା  । ଯାହାଦ୍ବାରା ଶୃଙ୍ଖଳା ବଜାୟ ରହିବ ।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଏଭଳି ନିର୍ଦ୍ଦେଶ ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ପ୍ରଶ୍ନ ଉଠାଇବା ସହ ଅଦାଲତ ସ୍ବତଃ ଏଥିରେ ହସ୍ତକ୍ଷେପ କରିବାକୁ ଆହ୍ବାନ ଦେଇଛନ୍ତି। ଏଭଳି ନିର୍ଦ୍ଦେଶ ସାମାଜିକ ଅପରାଧ ଏବଂ ଶାନ୍ତିପୂର୍ଣ୍ଣ ବାତାବରଣ ଓ ସୌହାର୍ଦ୍ଦ୍ୟକୁ ନଷ୍ଟ କରିବା ବୋଲି କହିଛନ୍ତି ଅଖିଳେଶ । ପୋଲିସର ଏଭଳି କାର୍ଯ୍ୟକୁ ବଲିଉଡ୍‌ ଗୀତିକାର ଜାଭେଦ ଅଖତର ମଧ୍ୟ ସମାଲୋଚନା କରିବା ସହ ନାଜି ଜର୍ମାନୀ ସହ ତୁଳନା କରିଛନ୍ତି।

Leave A Reply

Your email address will not be published.