୭୦ ବର୍ଷରେ ଅବସର ନେବେ ଗୌତମ ଆଦାନୀ, ଜାଣନ୍ତୁ କିଏ ହେବେ ଉତ୍ତରାଧିକାରୀ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ ୭୦ ବର୍ଷ ବୟସରେ ଅବସର ନେବାକୁ ଯୋଜନା କରିଛନ୍ତି। ବର୍ତ୍ତମାନ ତାଙ୍କୁ ୬୨ବର୍ଷ ହୋଇଛି।

ନ୍ୟୁଜ୍ ଏଜେନ୍ସି ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ, ୨୦୩୦ ଆରମ୍ଭରେ ଆଦାନୀ କମ୍ପାନୀର ଦାୟିତ୍ୱ ତାଙ୍କ ପୁଅ ଏବଂ ସମ୍ପର୍କୀୟଙ୍କୁ  ଦେଇପାରନ୍ତି।

ତେବେ ଗୌତମ ଆଦାନୀ ତାଙ୍କ ଉତ୍ତରାଧିକାରୀଙ୍କ ବିଷୟରେ ପ୍ରଥମ ଥର ପାଇଁ ଆଲୋଚନା କରିିଛନ୍ତି। ରିପୋର୍ଟ ଅନୁଯାୟୀ, ଆଦାନୀ ଅବସର ନେଲେ ତାଙ୍କର ଚାରିଜଣ ଉତ୍ତରାଧିକାରୀ ହେବେ। ଫ୍ୟାମିଲି ଟ୍ରଷ୍ଟ ଅନୁସାରେ ଦୁଇ ପୁଅ କରଣ ଏବଂ ଜିତ, ସମ୍ପର୍କୀୟ ପ୍ରଣବ ଏବଂ ସାଗର ଉତ୍ତରାଧିକାରୀ ହେବେ।

ସେ ଆହୁରି କହିଛନ୍ତି – ବ୍ୟବସାୟରେ ସ୍ଥିରତା ପାଇଁ ଉତ୍ତରାଧିକାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ମୁଁ ଏହି ବିକଳ୍ପକୁ ଦ୍ୱିତୀୟ ପିଢି ଉପରେ ଛାଡି ଦେଇଛି। କାରଣ ପରିବର୍ତ୍ତନ ଅର୍ଗାନିକ, ଗ୍ରାଜୁଆଲ୍ ଏବଂ ସିଷ୍ଟମେଟିକ୍ ଭାବରେ ହେବା ଉଚିତ।

ତେବେ ଷ୍ଟକ୍ ମାର୍କେଟରେ ଆଦାନୀ ଗ୍ରୁପ୍ ର ୧୦ ତାଲିକାଭୁକ୍ତ କମ୍ପାନୀ ରହିଛି। ଯେଉଁଥିରୁ ଆଦାନୀ ଏଣ୍ଟରପ୍ରାଇଜେସ୍ ହେଉଛି ଗ୍ରୁପ୍ ର ମୁଖ୍ୟ କମ୍ପାନୀ। ଏହା ସହିତ ଆଦାନୀ ବନ୍ଦର, ଆଦାନୀ ଗ୍ରୀନ ଏନର୍ଜି, ଆଦାନୀ ପାୱାର, ଆଦାନୀ ଟୋଟାଲ୍ ଗ୍ୟାସ୍, ଆଦାନୀ ଏନର୍ଜି ସଲ୍ୟୁସନ, ଆଦାନୀ ୱିଲମାର, ଆମ୍ବୁଜା ସିମେଣ୍ଟ, ଏସିସି ଏବଂ ଏନଡିଟିଭି ଅନ୍ତର୍ଭୁକ୍ତ। ଫୋର୍ବସ୍ ଅନୁଯାୟୀ ଗୌତମ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ୭.୧୦ଲକ୍ଷ କୋଟି ରହିଛି।

Leave A Reply

Your email address will not be published.